STORYMIRROR

Hrushikesh Satpathy

Romance Fantasy

3  

Hrushikesh Satpathy

Romance Fantasy

ସୁପ୍ତ ସତ୍ୟବତୀ

ସୁପ୍ତ ସତ୍ୟବତୀ

1 min
167


ପ୍ରିୟା..

ପୁଣ୍ୟତୋୟା ପ୍ରିୟତମା

ପ୍ରିୟା ନୁହଁ,ପ୍ରିୟାଠୁ ଊର୍ଦ୍ଧ୍ବରେ

ମୋ' ଶବ୍ଦମାନଙ୍କର...

ଯୋଗ ଓ ବିଯୋଗର ପ୍ରତିକ୍ରିୟା !


ପ୍ରିୟା...

ତୁମେ ଅବିକଳ୍ପ ପ୍ରତିବିମ୍ବ

ତୁମ ଶବ୍ଦ ଶବ୍ଦ ମୋ' ପାଇଁକି

ସାଥୀ,ଆଉ ସୁରମ୍ୟ ସାରଥି

ନିଷିଦ୍ଧ ନାମାଙ୍କନର ସୁଲଗ୍ନା ଅତିଥି !

ମୋ' ଆତ୍ମାର ଉଦ୍ବେଳନ

ମୋ' ନିର୍ଲିପ୍ତ ନୟନ,ନିର୍ବାକ୍ ଅଶ୍ରୁର

ଜାଗ୍ରତ ଓ ବିଶ୍ୱସ୍ତ ପ୍ରହରୀ ତୁମେ...

ହୃଦୟ ବେଳାଭୂମିର ସ୍ଫଟୀକ ଦର୍ପଣ !!


ପ୍ରିୟା...

ତୁମେ ସୀମନ୍ତିନୀ

ସୀମାହୀନ ଶୂନ୍ୟ ସୀମାନ୍ତର...

ପ୍ରଜ୍ଞାର ପ୍ରତିଭା,କଳ୍ପନା କୌମୁଦୀ

ଅଙ୍ଗେ ଅଙ୍ଗେ ଅଳଙ୍କୃତ ତୁମ

ଅକାର୍ପଣ୍ୟ,ଆହ୍ଲାଦିନୀ ସ୍ୱର ଆଉ ଛନ୍ଦ...ମୃଣ୍ମୟୀ,ଶ୍ୱେତପଦ୍ମ....!!!


ପ୍ରିୟା...

ପ୍ରିୟା ତୁମେ କଳ୍ପନା ବିନ୍ନ୍ୟାସ

କଳ୍ପନାରେ,କଳ୍ପନାରେ ରହିଅଛ

ରହି ଚାଲିଥିବ...ଦୂର ଦିଗ୍ ବଳୟେ

ମୁଁ କିନ୍ତୁ...ମୋ' ପାଇଁକି ଆସୁଛି ସେଦିନ

ହୋଇଯିବି ତୁମ ପାଇଁ

ଏକ ସଂଜ୍ଞାହୀନ ଇତିହାସ

ବର୍ଣ୍ଣ ଥାଇ ବି ବିବର୍ଣ୍ଣ

ମ୍ଳାନ ନୁହେଁ,ବରଂ ଅମ୍ଳାନ

ତୁମ ପାଇଁ ,

ଏକ ବଳିଷ୍ଠ କଳ୍ପନାର ସୁଅ,

ତୁମେ ମୋର ଶିଳ୍ପାୟନ

ମୁଁ ତୁମର ଶିଳ୍ପୀ...

ତୁମ ବିନ୍ନ୍ୟାସୀକରଣର କେନ୍ଦ୍ର !


ତୁମେ...

ତୁମେ ଅଛ,ଆଉ ରହିଥିବ,

ମୋ' ଆଶାର ଇଚ୍ଛା ଇନ୍ଦ୍ରଧନୁ

ମୋ' ଜ୍ଞାନର ଅର୍ଘ୍ୟ,ଜ୍ଞାନପୀଠ

ମୋ' ହୃଦୟର ହସ୍ତାକ୍ଷର..

ମୋ' କାବ୍ୟରେ ସେଇ କାବ୍ୟଝର,

ସ୍ମିତ,ସ୍ନିଗ୍ଧ,ମୃତ ସଂଜୀବନୀ !!!!


ଆଉ...

ଆମ ସାଥେ ଥିବ ଆମ

ଭାବ ବଦାନ୍ୟତା,ପ୍ରାଣ ପବିତ୍ରତା

ପୁଣି,ନିତ୍ୟ ନୈତିକତା..

ଅସତ୍ୟ ଏ ସହରରେ ତୁମେ

ସତ୍ୟ,ସଦ୍ୟ,ସୁପ୍ତ ସତ୍ୟବତୀ .. !!!!!


   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance