ସୁପ୍ରଭାତ
ସୁପ୍ରଭାତ
ପ୍ରାଚୀ କୂଳେ ଅଶୁଂ'ମାନ' କରୁଛନ୍ତି ପ୍ରାତଃ 'ସ୍ନାନ
ଦେବେ ଦିବ୍ୟ ବରଦାନ' ନିଶାକୁ ହରି '
ଚିତ୍ତେ ଭଜି ବିଭୂ 'ନାମ ' ସର୍ବେ କର ହେ ପ୍ର'ଣାମ
ଆରମ୍ଭିବା ଶୁଭ କାମ' ମନ୍ତ୍ର ଉଚ୍ଚାରି ,
ଦିନପାତ ଶୁଭେ 'ରଚିଲା ,
ଦିବାବସୁ ଦେଲେ ' ବର,'ଧରା ହସିଲା'
କୂଜନ ଚମ୍ଭା କାନନେ ରଙ୍ଗର ଆଭା ଗଗନେ
ଭବଭୟର ହରଣେ ହୃଦୟ ଶାନ୍ତ ,
ଦେବାଳୟେ ଘଣ୍ଟନାଦ ଗୃହସ୍ଥା ମନେ ଆନନ୍ଦ
ନରଲୋକ ହେବ ତୀର୍ଥ ନିରୁତା ଚିତ୍ତ,
ନିସ୍ତରିବା ପାଇଁ ଇଚ୍ଛୁକ,
ପରମାତ୍ମା ପାଶେ ଯୋଡ -ହସ୍ତେ ପ୍ରାର୍ଥକ
ଶିଶିର ମାଖିଛି ଧରା ସତେ କି ଶୁଭ୍ର ଝଲରା
ନୀଳିମ ବନାନୀ ସାରା ଜୀବେ ଉଚ୍ଛ୍ବାସ ,
ନଦନଦୀ ଗୁଞ୍ଜରିତ ଲୋଳିତ ଚୋରାବସନ୍ତ
ଖଗେ ହେଲେ ଆନନ୍ଦିତ ଦେଖି ଦିନେଶ ,
କୋକିଳ କୂଜନ ତୋଷିଲା,
ଋତୁସନ୍ଧି କାଳ ଆସି ମନ ମୋହିଲା
କଳିତ ପ୍ରଭାତ ଶୋଭା ମଧୂତ୍ସବ ମନଲୋଭା
ବୀକଚ ନାନ୍ଦୀକ ପ୍ରଭା ବିକାଶୀ ହୃଦେ ,
ବିମୁଗ୍ଧା ବିପୁଳା ଆଜ ପ୍ରବେଶନ୍ତେ ଋତୁରାଜ
ପୁଷ୍ପବେଶେ ସଜବାଜ ଅଧୀର ପାଦେ ,
କୃତକୃତ୍ୟ ହେଲା ଜୀବନ ,
ଦରଶନ ମାତ୍ରେ ସର୍ବେ ,କଲେ ନମନ
