ଜଗତ ଜନନୀ
ଜଗତ ଜନନୀ


ତୁମେ ହିଁ ମାତା ସର୍ବକାରିଣୀ
ସୁଖେ ଦୁଃଖେ ରହିଥାଅ ପାଶେ ,
ତୁମ ବିନା କାହୁଁ ମୋର ସ୍ଥିତି
ନିତି ଜୀଏ ତବ ଶୁଭାଶିଷେ ।
ଧୂଳି ଧୂସରିତ ଏ ଜୀବନ
ଅଶ୍ରୁଳ ମୁଖେ ବ୍ୟାକୁଳ ପ୍ରାଣ,
ପାଇ ତବ କରୁଣାର ବାରି
ନବ ପଲ୍ଲବିତ ଦୈନନ୍ଦିନ ।
ଉତଫୁଲ୍ଲ ତନୁମନ ଦେଖି
ତବ ସଂରଚନା ଅନୁପମ,
ଆଶା ରସେ ଭରିଅଛ ପ୍ରାଣ
ଆହା ,କି ସେ ମଧୁର ସୁଷମ !
ଧରା ମଗ୍ନ ତବ ଆଗମନେ
ନାନାରଙ୍ଗ ପୁଷ୍ପେ ଆଭୁଷିତା,
ପୁଞ୍ଜିତ ଶିଶିର ପ୍ରଲେପନେ
&n
bsp; ହସିଉଠେ ହୋଇ ବ୍ୟାକୁଳିତା ।
ହରିଛ ସକଳ ଦୁଃଖ ପ୍ରାଣୁ
ବହକିତ ପୁରପଲ୍ଲୀ ଆଜି,
ଉତ୍ସବର ସମାଗମେ ସର୍ବେ
ତବ ପୂଜନେ ଯାଆନ୍ତି ମଜ୍ଜି ।
ହୃଦୟ ମୁଗ୍ଧ ତବ ଦର୍ଶନେ
ସତ୍ୟ ପାବନ ମୂର୍ତ୍ତି ,
ତବ ଶ୍ରୀଚରଣ ସ୍ପର୍ଶେ ଧନ୍ୟ
ଦିଅ ମାଗୋ ଏ ଅଧମେ ମୁକ୍ତି ।
ତୁମେ ହିଁ ପୁଣ୍ୟ ସକଳ ତୀର୍ଥ
ସୁମଞ୍ଜୁଳ ଭାଗ୍ୟ ବିଧାତା,
କୃପାବଳେ ଜୀବନ ମୋ ଧୌତ
ପାପ ନାଶି ଧନ୍ୟ କର ମାତା ।