ବଲ୍ଲଭା
ବଲ୍ଲଭା


ରାଗ--କାମୋଦୀ
ବରିଲା ପ୍ରାଣପ୍ରିୟା ପିରତି ରସେ ହିଆ
ପାରେନା ମନ ମୋର ସହିରେ
ପୁଷ୍ପେ ପୂରିତ ଗଭା ମୁଖେ ହରଷ ଆଭା
ମନକୁ ନେଲା ସେ'ତ ମୋହିରେ
କହି କହିରେ, ହରିଲା ମନ ମୋର ସେହିରେ,
ଥରା ଓଠେ ଉଜାଣି ବାହିରେ ।
ନିତମ୍ବବତୀ ବାଳା ପିନ୍ଧି ରୂପା ମେଖଳା
ନାଇ ଗଜରା ଫୁଲ ମାଳାରେ
ଚହାଁଣୀ ତା' ବିଜୁଳି ଛଟକ ଭଳିଭଳି
ଆସଇ ସଖୀମେଳେ ବାଳାରେ
ମେଳା ମେଳାରେ ,ହେବକି ଭେଟ ସଞ୍ଜ ବେଳାରେ,
ପୂରିବ ଦୁଃଖୀ ହୃଦ
ଜ୍ବାଳାରେ ।
ଅଥୟ ମୋ ନୟନ ସ୍ପୁରଇ ଘନଘନ
ନ ଦେଖି ତା' ଚନ୍ଦ୍ରବଦନରେ
ମନ ମୋ ଛନଛନ ବୁଝେନା ନିଷେଧନ
ମିଳନ ଏକହି ନିଦାନରେ
ଝିନ ଝିନରେ, ହେଲାଣି ମୋର ତନୁମନରେ,
କି କହିବି ମନ ନିଡ଼ୀନରେ ।
ଦିଅ ଖବର ତା'ରେ ବାର୍ତ୍ତା କି ଫୁଲଠାରେ
ବୁଝାଇ ମୋର ହୃଦ ଚିଆଁରେ
ତା' ଚାହାଁଣୀ ଚୋଟେ ଚିତ୍ତ ମୋର ଉଚ୍ଚାଟେ
ଚାପ ନ ହରିବ ସେ କିଆଁରେ
ପ୍ରେମ ଛୁଆଁରେ, ଥରୁଛି ଜରେ ମୋର ହିଆରେ ,
ନିଭାଅ ତା' ପ୍ରେମର ନିଆଁରେ ।