STORYMIRROR

Prasanta Sahu

Others

2  

Prasanta Sahu

Others

ମଞ୍ଜୁଳ ଉପବନେ

ମଞ୍ଜୁଳ ଉପବନେ

1 min
180


ଦେଖୁ ଦେଖୁ ତ ଦିନ ସରିଲାରେ

ମିତ ତୋ ହେଜ ଶୁଦ୍ଧି ନୋହିଲାରେ ।


ହୃଦ୍ୟ ସଙ୍ଗତ ଯେତେ

ଗାଢ଼େ ନ ରଖି ଚିତ୍ତେ

       ତମିସ୍ର ପଥଚାରୀ ହୋଇଲାରେ ।୦।


କିବା ସେ ମରୁପଥେ

ତୃଷିତ ମନୋରଥେ

       ବାରିଧି ଉଚ୍ଚାଟ କି ଶୁଣିଲାରେ ।।

ଭରିଲା ତ୍ରାସ ମନେ

ନଦେଖି କୂଳ ଦିନେ

        ନିରମ୍ବୁ ବେଳାଭୂମେ ହେଜିଲାରେ ।୧।

    

ଅରଣା ଜଣାଶୁଣା

ହୋଇଛି ବାଟବଣା

        ସ୍ମରଣା କରି କରି ରୁଷିଲାରେ ।।

ଅବେଳେ ବରଣା ଭାବ

ଲଜ୍ଜା ବୋଧେ ନୀରବ

        ଚାପଳ ମନ ନୟ ଶିଖିଲାରେ ।୨।


ଫେରେ କି ବିତା ଦିନ

ଯେହ୍ନେ ଝରିଲା ପର୍ଣ୍ଣ

       ଆଦରି ଭାଗ୍ୟ ଶ୍ରଦ୍ଧା କରିଲାରେ ।।

ମରଜି ବାଳାରୁଣ

ତହୁଁ ବିକାଶୀ ଜାଣ

       ସୁରସ ପାନେ ଧ୍ୟାନ ବହିଲାରେ ।୩।


ନିର୍ଝର ଅ-ତିମିର

ବହିଲା ଧୀର ଧୀର

       ଅଜ୍ଞାନ ତୃଷା ଦଶା ହରିଲାରେ ।।

ପରବାସ ଦୁର୍ଗତି

ଶରଣାଗତ ମତି

       ମଞ୍ଜୁଳ ଉପବନେ ରୁଚିଲାରେ ।୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍