STORYMIRROR

Prasanta Sahu

Others

3  

Prasanta Sahu

Others

ଶ୍ରାବଣ ସ୍ମୃତିରେ

ଶ୍ରାବଣ ସ୍ମୃତିରେ

1 min
245


ରାଗ --ପୋଇ


ତୁମରି ମହକ  ଭରିଛି ସର୍ବତ୍ର ସବୁଜା ସମ୍ଭାରେ କି ମନୋରମା

ଅପାର କରୁଣା ଦେଇଅଛ ତୁମେ ଝଲକିତ ଭୂମିଠାରୁ ଭୂମା ।୧।


ମଳୟେ ଭରିଲ  ଶୀତଳତା ପୁଣି  ଜୀବନକୁ ତବ ବାରିଧାରା 

ନବ ଉନ୍ମେଷର  ସେ' ତ ପ୍ରାଣଧର  ଆନନ୍ଦରେ ନାଚି ଉଠେ ଧରା ।୨।


ନଦ ନଦୀ ନାଳ  ସରସୀରେ ଜଳ  ଭରି ଜୀବନ ଦେଲ ଜଳଜେ

ପାହାଡ଼ କି ବଣ  ସବୁଜ ବନ୍ଧନୀ  ଆଡରେ ସତେ ନିଜକୁ ସାଜେ ।୩।


ସଙ୍ଗୀତ ଆସର  ଚଉଦିଗେ ଜୋର  ମଧୁର କାକଳୀ ହୃଦୟରେ

ଋତୁ ମିଳନର   ଜମିଛି ବେଭାର ପାର୍ବଣ ଆସୁଛି ଧୀରେଧୀରେ ।୪।


ଦିଗୀଶେ ବରଣ  ହୋଇଛି ନିପୁଣ  ଆକୃତି ପ୍ରକୃତି ଆଦି ଗୁଣ 

ପ୍ରସନ୍ନ ସରବେ  ବହକା ସ୍ୱଭାବେ ପ୍ରେମସୁଧା କରି ଅରପଣ ।୫।


ଅନିନ୍ଦିତ ହୃଦ  ମୁଖରେ ରାଜିତ  ଭାବନା ଦଇନ କରି ତୁଚ୍ଛ

ଅଙ୍ଗ କୁସୁମିତ  ନୟନ ବରିତ  ଦରଶନେ ସୁଧାମୟ ଉତ୍ସ ।୬।


ଶରତ ରାତିରେ  ଶିଶିର ବେଶରେ ଆସିବ ତ ଦେଖିବାକୁ ଧରା

ତୁମରି କାଉଁରୀ   ପରଶେ କିପରି  ହେଉଛନ୍ତି ସର୍ବେ ଆତ୍ମହରା ।୭।


ଦୁର୍ଲ୍ଲଭ ମୂରତି ଶୋଭଇ ଧରିତ୍ରୀ ବିଦିତ ସେ ସୁରମହୀ ସମ

ତୁମରି ଏ ଦାନ  ଅଟଇ ମହାନ ଛାଡ଼ିଗଲ ଭବେ ସ୍ମୃତି ତୁମ ।୮।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍