ତୂଷ୍ଣୀକ
ତୂଷ୍ଣୀକ


ମାଣିକ ଦ୍ବିପରୁ ଆସି
ମଉନେ ବସିଛି
କି ଅଭାବ ହେଲା
ପଚାର ପଚାର ତା'କୁ
ଏ ଧ୍ରୁବ ମଣ୍ଡଳେ
କିଏ ଦୁଃଖ ଦେଲା ।
ଚଟୁଳ ଚିତ୍ତପ୍ରସାଦେ
ବିଷାଦର ଛାୟା
ଦେଇଛି ଘୋଡ଼ାଇ
ତରଙ୍ଗିତ ଚାହାଁଣୀରେ
ଖୋଜୁଛି କାହାକୁ
ନେତ୍ରାମ୍ବୁ ଝରାଇ ।
କେ ଅଛ ହେ ପଚାରିବ
କିସ ହରାଇଛି
ଯୁବା ବୟସରେ
ବସନ୍ତରେ ଅ-ବସନ୍ତ
ବିଷମ ପୁଷ୍ପଜ
<p> ଯହିଁ ଧୀରେ ଝରେ ।
ସରସିଜ ସମ ମୁଖ
ମଉଳି ଯାଇଛି
ଗ୍ରୀଷମ ପ୍ରଭାବେ
ଉଦୟଭାନୁ କି ଘେରି
ରହିଛି ବାଦଲ
ଶ୍ରାବଣ ପ୍ରଭାତେ ।
ନାହିଁ ସେ ସୁଷମା ନବ
ଯଉବନ ଛଇ
ହୋଇଛି ଭାବୁକ
ଘନ ବିଭାବରୀ ଘୋଟି
ହୃଦୟ ହୋଇଛି
ବିରହୀ ତୂ୍ଷ୍ଣୀକ ।
ତୂଷ୍ଣୀକ--ମୌନୀ