STORYMIRROR

Prasanta Sahu

Others

3  

Prasanta Sahu

Others

ପୂଣ୍ୟ ବୋଲି ଯାହା...

ପୂଣ୍ୟ ବୋଲି ଯାହା...

1 min
240


ପୂଣ୍ୟ ବୋଲି ଯାହା ଭାବିଥିଲି ଦିନେ

ନରକର କର୍ମ ହୋଇଲା ସିଦ୍ଧ ।୦।


ଧନ୍ୟଧନ୍ୟ ସର୍ବେ କରୁଥିଲେ ମୋର

ନିମିଷେ ଦେଖାଇ ନିଜ ଆଦର 

ତାହା ତ ହୃଦୟ କରିଛି ବିଦ୍ଧ 

ନରକର କର୍ମ ହୋଇଲା ସିଦ୍ଧ.. ।୧।


ଚାରିଆଡ଼େ ଏବେ ପଡ଼ିଅଛି ହୁରି

ମଧୁର ଶବଦେ ପୂରିତ ଶିରୀ

ଏକା ମୁଁ ବୁଝୁଛି ମୋ ଅପବାଦ

ନରକର କର୍ମ ହୋଇଲା ସିଦ୍ଧ... ।୨ା


ମଳୟ ସମୀର ସମ ସେ ଭାରତୀ

ବସନ୍ତ ବିଳାସୀ ପିକର ଗୀତି

ଦେଇଛି ଯାତନା ବିଳାପେ ହୃଦ

ନରକର କର୍ମ ହୋଇଲା ସିଦ୍ଧ...।୩।


ଶୁଭୁଛି ମଙ୍ଗଳ ଶଙ୍ଖର ଝଙ୍କାର

ଅଭିନନ୍ଦନିକା ଆହୁତ ମୋର

କିଏ ନ ଜାଣଇ କରିଛି ରୁଦ୍ଧ

ନରକର କର୍ମ ହୋଇଲା ସିଦ୍ଧ...।୪।


ମରୀଚିକା ସମ ହୁଏ ପ୍ରତୀତ

ମୋର ଅଭିଷେକେ ସଭିଏଁ ବ୍ୟସ୍ତ

ସମ୍ଭଳା ନୁହେଁ ଏ ନିର୍ମମ ବଧ

ନରକର କର୍ମ ହୋଇଲା ସିଦ୍ଧ...।୫।


ମୋତେ ଦିଶୁଅଛି ବ୍ରହ୍ମ-ଧାରା ସ୍ରୋତ

ଦିବ୍ୟ ଶିଳାଜତୁ ସେ ଉଦଗତ

କିଏ ନଦେଖନ୍ତି ସଭିଏଁ ଦୁଃସ୍ଥ

ନରକର କର୍ମ ହେଇଲା ସିଦ୍ଧ...।୬।



Rate this content
Log in