ପାନ୍ଥଶାଳାର ସ୍ମୃତି
ପାନ୍ଥଶାଳାର ସ୍ମୃତି
ଆଜି ଏକା ଏକା
ଭାବେ କେତେ କଥା
ଆସି ଚାଲିଯା'ନ୍ତେ
ରଜନୀର ଅନ୍ତେ
ହେଲେନି ନିଜର ଜଣେ କେହି !
କେତେ ସତମିଛ
ଲେଖିଲେ ପରଚ
ଆବଦ୍ଧ ହୃଦୟେ
ନଚିହ୍ନେ ଶ୍ରଦ୍ଧୟେ
ଦେଖାଇ ହୁଅନ୍ତି ପଡ଼ୋଶୀ ପରି ।
ସାଇତିଲେ ସ୍ମୃତି
ବିତିଗଲା ରାତି
ସୁରା ଅାଉ ସାକୀ
ପାଶେ ମନ ବିକି
ଭୁଲିଗଲେ ଦୁଃଖ ରାତିକ ପାଇଁ ।
ଅଜଣା ଗନ୍ତବ୍ୟେ
ପାନ୍ଥ ଆଗେଇବେ
ନବ ଚେତନାର
ହୋଇବ ପ୍ରଚାର
ରହିଯିବ କଥା ଅମର ହୋଇ ।
ଅଲୋଡ଼ା ତ ମୁହିଁ
ରାତି ଗଲେ ପାହି
ନୁହେଁ ମୁଁ କାହାର
ଛାଡ଼ି ନୂତନର
ପାଷାଣେ ଭାବନା ଖୋଦିତ ହୋଇ ।
ପାଇ ମୋ ଆତିଥ୍ୟ
ହେଲେ ସମ୍ମୋହିତ
ବିଦାୟ ବେଳାରେ
କିଏ ବା ପଚାରେ
ମୁକ୍ତ ପକ୍ଷୀ ପରି ଯାଆନ୍ତି ଉଡ଼ି ।
ପାନ୍ଥଶାଳା ବୋଲି
ଚାଲିଯା'ନ୍ତି ଭୁଲି
ନିଶ୍ଚଳ ଏ ମନ
ନପାଇ ଦର୍ଶନ
ବନ୍ଧୁ ନବୁଝିଲା ବିଚ୍ଛେଦ ଝଡ଼ି ।
