Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Nrusingha Narayan Tripathy

Children

3  

Nrusingha Narayan Tripathy

Children

ସୁନୀଳ ଶରତ ତୋଷୁଛି ଚିତ୍ତ

ସୁନୀଳ ଶରତ ତୋଷୁଛି ଚିତ୍ତ

1 min
180


ଶାଗୁଆ ଚାଦର ଆଚ୍ଛାଦି ଶରୀର

ଧରିତ୍ରୀ ମାଆର ସୌନ୍ଦର୍ଯ୍ୟ ମଧୁର ll


 ଶରତେ ଆସିବ ଭାଦ୍ରବ ଆଶ୍ୱିନ 

ନିର୍ମଳ ଶୋଭାକୁ କରିବ ଦର୍ଶନ ll


ଅମ୍ବରେ ଭାସିବ ଅନେକ ବାଦଲ

ବର୍ଷlରେ ଖରାରେ ମନଯେ ପ୍ରଫୁଲ୍ଲ ll


ଉଷ୍ମରେ ବର୍ଷାରେ ଆସଇ ଶରତ

ସଭିଙ୍କ ମନରେ ସନ୍ତୋଷ ଜାଗ୍ରତ ll


କୃଷକ ଦେଖିକି ସୁନାର ଫସଲ

ଚିନ୍ତନ କରଇ ପାଇଁକି ଅମଳ ll


ପ୍ରକୃତି ସମ୍ଭାରେ କୁସୁମ ଧବଳେ

କାଶତଣ୍ଡୀ ଫୁଲେ ଚାମର ଦୋହଲେ ll


ଶୀତଳ ପବନ ବହଇ ମହୀରେ

ଅମ୍ବିକା ସ୍ଵାଗତେ ପ୍ରସ୍ତୁତି ମର୍ତ୍ତ୍ୟରେ ll


ଭାଦ୍ରବ ଚତୁର୍ଥୀ ଗଣେଶ ବନ୍ଦନ

ଶ୍ରୀକୃଷ୍ଣ ଜନମ ଦେବକୀ ନନ୍ଦନ ll


ଆଶ୍ୱିନ ମାସରେ ପରବ ପାର୍ବଣ

ଅପର ପକ୍ଷରେ ଶ୍ରାଦ୍ଧକୁ ଦେଇଣ ll


ଜୀବନ ଜଗତ ଆନନ୍ଦ ବିଭୋର 

ଦେଖିକି ସୁନ୍ଦର ପ୍ରକୃତି ମାତାର ll


ପଶ୍ଚିମ ଆକାଶେ ଅନ୍ତିମ କିରଣ

ଶାଗୁଆ ନଭରେ ଟିକିଲି ଆଙ୍କିଣ ll


ଉଜ୍ଜ୍ୱଳ ଗଗନେ ରଙ୍ଗୀନ ନୀରଦ

ତୋଷୁଛି ଚିତ୍ତ ଯେ ସୁନୀଳ ଶରତ ll



Rate this content
Log in

Similar oriya poem from Children