STORYMIRROR

Hrushikesh Satpathy

Abstract Others

2  

Hrushikesh Satpathy

Abstract Others

ସୁନା ସପନ

ସୁନା ସପନ

1 min
13.6K


ସପନ ଦେଖାଇ ଠକି ଦେଉଥିବା

ଏମିତି ମଣିଷ ଜଗତେ ଅଭାବ ନାହିଁ।

ସେଇ ସପନକୁ ସଜାଉ ସଜାଉ

କିଛି ଲୋକ ନିଜ ଜୀବନ ଦିଅନ୍ତି ବାହି।

ସପନଟି ଯେବେ ସତ ହୋଇଯାଏ

ସଂସାରଟି ସୁନା ରାଇଜ ପାଲଟିଯାଏ।

ଅଧାପନ୍ତରିଆ ସପନ ହଜିଲେ

ବଞ୍ଚିବାର ଇଚ୍ଛା ମଣିଷ ହରାଇଦିଏ।

କାହାର ସପନ ଗୋଲାପର ଶେଯ

ଆଉ କା ସପନ କଣ୍ଟକିତ ଫୁଲ ବଣ।

ମୋ ସପନ କିନ୍ତୁ ତୁମରି ଯତନ

ତୁମ ଶରଧାରେ ଢାଳିଦେବି ମୋ ପରାଣ।


Rate this content
Log in

Similar oriya poem from Abstract