STORYMIRROR

Debadatta Jena

Abstract Romance Thriller

2  

Debadatta Jena

Abstract Romance Thriller

ସୁନା ପରୀ...

ସୁନା ପରୀ...

1 min
194


ସୁନା ଫରୁଆରୁ ପରୀଟେ ଆସିଛି 


ମୋତି ମାଣିକରେ ମୁକୁତା ଝରୁଛି, 


ହୀରା ନୀଳା ଝଟକୁଛି 


ମୋତି ଭଳି ଚମକୁଛି,


ଜହ୍ନ ରାଇଜରୁ ପ୍ରିୟା, ସତେ ଫେରିଛି..? 


ମନ ଆଇନାରେ ତା’ ମୁହଁ ଦିଶୁଚି 


ତାରା ଫୁଲରେ ସଜେଇ ହୋଇଚି 


ହସି ଦେଲେ ଜହ୍ନ ରାତି 


ରୁଷି ଗଲେ ଯାଏ ଲୁଚି, 


ତା’ହସରେ ଲକ୍ଷେ ଚମ୍ପା, ମହକୁ ଅଛି..!


ଅଳକା ପୁରୀରେ ଘରଟେ ତୋଳିଛି 


କୁବେର ପୁରୀ ଠୁଁ ବି ସୁନ୍ଦର ହେଇଛି, 


ପାରିଜାତ ଝଟକୁଛି, 


କାଚକେନ୍ଦୁ ଚମକୁଛି, 


ଭୋକ ଲଢୁ ଶୋଷ ଲଢୁ, ସବୁ ରଖିଛି..!


ଆସ ଥରେ,ସେ ଅଳକା ପୁରେ, 


ହଜିଯିବା,ସେଇ କୁବେର ପୁରେ, 


ସ୍ବପ୍ନ ଯେତେ ବୁଣି ଦେବା 


ମନ ଫୁଲ ତୋଳି ନେବା, 


ମହୁ ଠାରୁ ମିଠା ମନ, ଥିବ ସେଇଠି..!!


            @ଇନ୍ଦ୍ରଧନୁର ରଂଗ..!




















ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract