ସୁଲୁ ସୁଲୁ ବାଆ
ସୁଲୁ ସୁଲୁ ବାଆ
ସୁଲୁ ସୁଲୁ ବାଆ ବହୁଛି ସଜନୀ
ଦେହକୁ ଲାଗଇ ହିତ
ଦୂର ଆକାଶରେ ବିହଙ୍ଗମ ଉଡେ
ଶୁଭି ଯାଉଛି ସଙ୍ଗୀତ ।
କୁଳୁ କୁଳୁ ହୋଇ ତଟନୀ ବହଇ
ନ ଜାଣଇ ଖାଲ ଖମା
ଦୂର ପରବତ ଦିଶେ କି ସୁନ୍ଦର
ପଲକ ନ ପଡେ ଜମା।
ଶିଶୁର ଦରୋଟି କଥାରେ ରହିଛି
ଦୁଃଖ ଭୂଲାଇବା ପଣ
ମାଆ ର ମମତା କେଡେ ଯେ ଅଭୁଲା
ନାରୀ ଜାତି ସନମାନ।
ପଦ୍ମ ଫୁଲ ରୂପ ଦେଖି ତ ଭ୍ରମର
ରହିଯାଏ ବନ୍ଧନରେ
ପ୍ରକୃତିର ଗର୍ଭେ ଅନିନ୍ଦ୍ୟ ସୌନ୍ଦର୍ଯ୍ୟ
ସୃଷ୍ଟି କର୍ତ୍ତା ସର୍ଜନା ରେ।
ସେହି ସୃଷ୍ଟି କର୍ତ୍ତା ଶ୍ରୀ ଜଗନ୍ନାଥ ଙ୍କ
ଚରଣେ ନିଏ ଶରଣ
ତାଙ୍କରି ପାଇଁ ମୁଁ ବଞ୍ଚୁଛି ମହୀରେ
ପ୍ରତି ପାଦ ଜୀବନରେ।
