ସୁଦଶା ବ୍ରତ
ସୁଦଶା ବ୍ରତ
ଅଗଷ୍ଟ ପନ୍ଦର ଏସନ
ସୁଦଶା ବ୍ରତ ଯେ ସେଦିନ
ପୁରୁଣା ବ୍ରତ ଧାରି ନାରୀ
ବ୍ରତ ପାଳିବେ ନିଷ୍ଠା କରି
କରିବାକୁ ନୂଆ ବ୍ରତ ଟି
ସେହିଦିନ ନାହିଁ ଯେ ତିଥି
ଶୁକ୍ଳ ପକ୍ଷର ଦଶମୀ ଟି
ଗୁରୁବାର ଯଦି ପଡେ ଟି
ସୁଦଶା ବ୍ରତ ସେହି ଦିନ
ଦିନ ଯେ ଅଟଇ ମହାନ
ସେଦିନ ପ୍ରତି ଘରେ ଘରେ
ଉତ୍ସବ ହୁଏ ଆନନ୍ଦ ରେ
ମହାଲକ୍ଷ୍ମୀଙ୍କ ର ପୂଜା ଟି
ସଧବା ରମଣୀ କରନ୍ତି
ମାଆଙ୍କ ର ନାମ ଜପିଟି
ବ୍ରତୀ ବ୍ରତ ପୂଜା କରନ୍ତି
ଦଶ ଗଣ୍ଠି ବ୍ରତେ ପକାନ୍ତି
ବ୍ରତ କୁ ଭକ୍ତିରେ ପିନ୍ଧନ୍ତି
ଅପୂର୍ବ ଏ ବ୍ରତ କାହାଣୀ
ଠିକେ ଠିକେ ଯିବି ବଖାଣି
କାହିଁ କେତେ ବର୍ଷ ତଳର
ଘଟଣା ଏ ଭାବ ଭକ୍ତିର
ମନ ଦେଇ କର ଶ୍ରବଣ
ଜୀବନ ହୋଇବ ରେ ଧନ୍ଯ
ନଦୀ ରେ ସ୍ନାହାନ ବେଳେତ
ବୃଦ୍ଧା ଯେ ହଜାଇ ତା ବ୍ରତ
କରୁଥିଲା ସେତ ରୋଦନ
ଦେଖିଲେ ତ ନଳ ରାଜନ
ପାରିଲେନି ରାଜା ସହିଟି
ସାନ୍ତ୍ଵନା ସେ ଗଲେ ଦେଇଟି
ରାଣୀ ଙ୍କୁ ବୁଝାଇ ସୁଝାଇ
ବ୍ରତ ନେଲେ ତାଙ୍କ ଓହ୍ଲାଇ
ବୃଦ୍ଧା ଙ୍କୁ ଦେବାରୁ ବ୍ରତ ଟି
ଫେରିଲା ସେ ଖୁସି ହୋଇଟି
ବୃଦ୍ଧା ସିନା ଖୁସି ହୋଇଲା
ଏଣେ ଅଘଟଣ ଘଟିଲା ।
ରାଣୀ ଯେଣୁ ବ୍ରତ ଦେଲେ ଟି
ରାଗିଗଲେ ମାଆ ଲକ୍ଷ୍ମୀ ଟି
ନଳ ରାଜା ରାଜ୍ଯ ହରାଇ
ବୁଲି ଲେ ଘୋର ବଣେ ଯାଇ
ରାଜା ହୋଇ ଘାସ କାଟିଲେ
କପାଳକୁ ବସି ନିନ୍ଦିଲେ ।
ଯେବେ ଶୁକ୍ଳ ଦଶମୀ ଭଲା
ପୁଣି ଗୁରୁବାର ପଡିଲା
ସୁଦଶା ବ୍ରତ ରାଣୀ କଲେ
ନିଷ୍ଠା ରେ ମାଆଙ୍କୁ ପୂଜିଲେ
ମାଆ ଯେବେ ହେଲେ ତୋଷଟି
ରାଜା ହେଲେ ପୁଣି ନଳଟି ।
ସେଦିନ ର ସେହି କଥାଟି
ବ୍ରତ ଧାରୀ ମାନେ ଘୋଷନ୍ତି
ବ୍ରତ ର ଯେ ବିଧିବିଧାନ
ଭକତିରେ ସବୁ ମାନିଣ
ମାଆଙ୍କୁ ଯେ ପୂଜା କରନ୍ତି
ନୂଆ ବ୍ରତ ପୂଜି ପିନ୍ଧନ୍ତି
ସୁଦଶା ବ୍ରତ ର ବିଧାନ
ପୂଜା ଉପାସନା ଧିଆନ
ଦିନକ ଆଗରୁ ବ୍ରତୀ ଏ
ନିଷ୍ଠା ରେ ରୁହନ୍ତି ସଭିଏଁ
ମୁଣ୍ଡ ଧୋଇ ସବୁ ଗାଧାନ୍ତି
ଶୁଦ୍ଧ ଶାକାହାର କରନ୍ତି ।
ଗୁରୁବାର ଦିନ ପ୍ରଭାତେ
ଘରକୁ ଲିପନ୍ତି ସମସ୍ତେ
ସଜ ଚିତା ତହିଁ ପକାନ୍ତି
ଯତନରେ କୋଠି ଆଙ୍କନ୍ତି
ଲକ୍ଷ୍ମୀ ପାଦ ପଦ୍ମ ଫୁଲଟି
କି ସୁନ୍ଦର ଦିଶେ ଚିତାଟି ।
ଚିତା ରେ ଆସ୍ଥାନ ସ୍ଥାପନ
ପିଢ଼ା ବା ଖଟୁଲି ରଖିଣ
ଆସ୍ଥାନ ଦକ୍ଷିଣ ଦିଗେଟି
କଳସ ସ୍ଥାପନ ହୁଏ ଟି
କଳସ ରେ ଜଳ ଭରିଣ
ଧାନପରେ ହୁଏ ସ୍ଥାପନ ।
କଳସେ ସିନ୍ଦୂର ଚନ୍ଦନ
ଭକ୍ତି ରେ କରନ୍ତି ଲେପନ
କଳସ ରେ ଆମ୍ବଡାଳ ଟି
ତାପରେ ପଇଡ ରହେଟି
ଫୁଲରେ କଳସ ସଜଟି
ଆହା କି ସୁନ୍ଦର ଦିଶେ ଟି ।
ଖଟୁଲିକୁ ଧୋଇ ଧାଇଟି
ଚିତା ତହିଁ ପକା ଯାଏ ଟି
ନାଲି କନା ତହୁଁ ବିଛାଇ
ଲକ୍ଷ୍ମୀ ଫଟୋ ରଖା ହୁଅଇ
ତାପରେ ସଜା ଯେ ଆସ୍ଥାନ
ମଖା ଯାଇ ଫୁଲ ଚନ୍ଦନ ।
ଦଶ ଗୋଟି ଗୋଟା ଗୁଆ ଟି
ହଳଦୀ ପାଣିରେ ଧୁଆଟି
ଖଟୁଲି ଉପରେ ରହେଟି
ହଳଦୀ ସିନ୍ଦୂର ଲାଗେଟି
ଦଶ ଗୋଟି ଦୁବ ଘାସ ଟି
ବରକୋଳି ପତ୍ର ଦଶଟି ।
ଦଶଟି ଅରୁଆ ଚାଉଳ
ଦଶ ପ୍ରକାରର ଯେ ଫୁଲ
ଖଟୁଲି ହୁଅଇ ସଜା ଟି
ନୂଆ ବ୍ରତ ରଖା ଯାଏ ଟି
ଜପି ମାଆ ଦଶ ନାମଟି
ପକାଯାଏ ଗଣ୍ଠି ଦଶ ଟି
ଲକ୍ଷ୍ମୀ ନାରାୟଣୀ ଚଞ୍ଚଳା
ଦୁର୍ଗତି ନାଶିନୀ କମଳା
କମଳିନୀ ଶ୍ରୀ ହରିପ୍ରିୟା
ବି'ଘ୍ନେସେନୀ ପଦ୍ମାଳୟା
ପୁଣି ଯେ ସିନ୍ଧୁର ଦୁଲ୍ଲଣୀ
ଶେଷରେ ବିଷ୍ଣୁ ପାଟରାଣୀ ।
ବ୍ରତେ ଦଶ ଗଣ୍ଠି ପକାଇ
ସିନ୍ଦୂର ହଳଦୀ ଲଗାଇ
ବ୍ରତ କୁ ଖଟୁଲି ଉପରେ
ରଖନ୍ତି ନେଇ ତ ଭକ୍ତିରେ
ଦଶ ଗୋଟି ଦୀପେ ଆଳତୀ
ମାଆଙ୍କୁ ନିଷ୍ଠା ରେ ପୂଜନ୍ତି ।
ପ୍ରଥମେ ବାଳ ଭୋଗ ଯେ
ନଡ଼ିଆ କଦଳୀ ଛେନା ଯେ
ଗୁଡ ସହ ଯତ୍ନେ ଚକଟି
ମାଆଙ୍କୁ ତ ଲାଗି ହୁଏ ଟି
ସୁଦଶା ବ୍ରତ ର ବହି ଟି
ଭୋଗ ପରେ ପଢା ଯାଏ ଟି ।
ଦଶ ପ୍ରକାରର ପୁର ରେ
ଦଶ ମଣ୍ଡା ଗଢା ଯାଏରେ
ରାଶି ମୁଗ ଛେନା କର୍ପୁର
ଗୁଜୁରାତି ଗୋଲମରିଚ
କଦଳୀ ନଡ଼ିଆ ଅଦା ଟି
ଗୁଡ ଗୋଳା ଯାଇ ପୁରଟି ।
ବହି ପଢ଼ା ସରିଗଲେ ଟି
ଧୂପ ଦୀପେ ହୁଏ ଆଳତୀ
ଦଶ ପୁର ଦିଆ ଦଶଟି
ମଣ୍ଡା ତହୁଁ ଭୋଗ ଲାଗେ ଟି
ମାଆ ଙ୍କ ପାଦରେ ପ୍ରଣତି
ଭକତିରେ ବ୍ରତୀ କରନ୍ତି ।
ପୂଜା ହେବାପରେ ଶେଷ ଯେ
ନୂଆ ବ୍ରତ ନେଇ ବ୍ରତୀ ଯେ
ବ୍ରତ କୁ ପ୍ରଣାମ କରନ୍ତି
ଡାହାଣ ହାତରେ ପିନ୍ଧନ୍ତି
ବ୍ରତ ନଥିଲେ ତ ହାତେ ଟି
ବ୍ରତୀ ଯେ ଉପାସ ରୁହନ୍ତି ।
ପଦ୍ମାଳୟା ପଦ୍ମ ପ୍ରିୟାଟି
ମାଆ ଯେ କରିଲେ ଦୟାଟି
ଅଭାବ ଦୂରେଇ ଯାଏ ଟି
ଘର ଦ୍ବାର ପୁରି ଉଠେଟି
ସେ ଲାଗି ସୁଦଶା ବ୍ରତ ଟି
ନିଷ୍ଠା ରେ ବ୍ରତୀ ଏ କରନ୍ତି ।
ଜୟ ମା ସାଗର ଦୁଲଣୀ
ତୁମରି ମହିମା କାହାଣୀ
ତୁମରି ନାମକୁ ସ୍ମରିଣ
ଠିକେ ଠିକେ କଲି ବର୍ଣ୍ଣନ
ଦୋଷ ଥିଲେ କ୍ଷମା ଦେବ ଟି
ପାଦେ ତୁମ କୋଟି ପ୍ରଣତି ।
