ସୁଭଦ୍ରୀକା
ସୁଭଦ୍ରୀକା
କିଏ କହେ ବଳଦେବ କିଏ ଜଗନ୍ନାଥ,
କିଏ କହେ ରଖ ରଖ କାଳିଆ ସାଆନ୍ତ;
ଭୁଲିଗଲେ ସୁଭଜ୍ରୀକା କାମ୍ପିଲ୍ୟ ବାସିନୀ
ତାଙ୍କ ଲୀଳା ଅଦଭୁତ ସୁନ୍ଦର ମେଦିନୀ,
ତରଳ କନକ ରୂପ କୋଟି ଜହ୍ନ ଜିଣ;
ରୂପ ହୋଇଛି ପ୍ରକାଶ;
ଦେବ ଦଳନ ରଥରେ ଦେଖରେ ମାନସ ।
ଶୂନ୍ୟ ପହଣ୍ଡିରେ ଆସେ ଦୁର୍ଲଭ ସେ ଦୃଶ୍ୟ,
ଜଗତ ଜନନୀ ଦେବୀ ହୁଅନ୍ତି ପ୍ରକଟ;
ଆଗୁଆସି ସୁଦର୍ଶନ ରଥରେ ଅଛନ୍ତି
ଭଉଣୀ ସୁରକ୍ଷା ପାଇଁ ଆଦେଶ ରହିଛି
ଯୋଗମାୟା ସୁଭଦ୍ରୀକା ରଥରେ ବସିଛି,
ବିଶ୍ଵ କରିବ ଦର୍ଶନ,
ସେହି ଏକା ପତିତଙ୍କୁ କରଇ ପାବନ ।
ଶକ୍ତି ମୟୀ ମହାମାୟୀ ତାବିନା ଅଧୁରା,
ହୋଇବ ଯାଣନ୍ତି ପରା ଏ ରଥ ଯାତରା;
ବଡ ସାନ ଭାଇ ଙ୍କର ଶକ୍ତିର ପ୍ରତିକ,
ଆଦର ସ୍ନେହ ପ୍ରେମର ଏହା “ଦାର୍ଶନିକ
ଭାବ ଭକ୍ତି” ସ୍ନହ ପ୍ରେମ ଯହିଁରେ ନିହିତ;
ଆରେ ଅବୋଧ ଜୀବନ;
ମାୟାର ପ୍ରତିକ କରେ ସଂସାର ପାଳନ ।
ଭଗବତୀ ସୌଭାଗ୍ୟ ସେ ସଂପଦ ଦାୟୀନୀ,
କଟାକ୍ଷ ମାତ୍ରକେ ଧରା ଶଶ୍ୟ ଶାଳିନୀ;
ସୁଜଳା ସୁଫଳା ଶଶ୍ୟ ଶ୍ୟାମଳା ଶୋଭିତ;
ହୋଇବ ଧରିତ୍ରୀ ପାଇ ଦେବୀଙ୍କୁ ପ୍ରତକ୍ଷ
ତେଣୁ ବଡ ଦାଣ୍ଡେ ଭାଇ ମାନଙ୍କ ସହିତ;
ଯାଇ କରିଲେକ ଲୀଳା;
କୃପା କଟାକ୍ଷେ ମୈସୁମୀ ବର୍ଷଣ ମୁଖରା ।
ଗୁପ୍ତ ରୂପି ସୁଭଦ୍ରା ସେ ବ୍ରହ୍ମଦେବ ସମ,
ଗଢିଛି ଜୀବଜଗତ ତା ବାତ୍ସଲ୍ୟ ପ୍ରେମ;
ଜଳେ ରେ ଭକତ କର ତୁ ଅବଗାହନ;
ପାର ହୋଇ ଯିବ ଭବବନ୍ଧୁ ତୋ ଜୀବନ
ମାନବ ଜାତିର ପ୍ରାଣ ଜୀବର ଜୀବନ;
ଦେବୀ ଶ୍ରୀପଦେ ଶରଣ;
ମଣ୍ଡନ କର ମାଆ ଯାଇ ରତ୍ନ ସିଂହାସନ ।
