STORYMIRROR

Chittaranjan Nanda

Abstract Classics Fantasy

4  

Chittaranjan Nanda

Abstract Classics Fantasy

ସତ୍ୟର ଉତ୍କୃଷ୍ଟ ସାଧନ

ସତ୍ୟର ଉତ୍କୃଷ୍ଟ ସାଧନ

1 min
374


ମଣିଷର ପାଂଚଟି ଇନ୍ଦ୍ରିୟ, ପଚିଶ ପ୍ରକୃତିରେ

ଭରା ଓ ସେ ଚାହେଁ ମୁକତି

"ସତ୍ୟମେବ ଜୟତେ" ର ଲକ୍ଷ୍ୟ ପାଇଁ, ଶିକ୍ଷା ଓ 

ସାଧନା ଦ୍ୱାରା ତାର ଚିନ୍ତା ଚେତନା ହୁଏ ବୃଦ୍ଧି ।


ଉନ୍ନତ ଚେତନାର ସ୍ତର ଅନୁଯାୟୀ, ସାଧକର 

ମତାମତ ପରା ହୁଏ ଭିନ୍ନ ଭିନ୍ନ

ମତ ମଧ୍ୟରେ ଦ୍ବନ୍ଦ ନିଶ୍ଚିତ ନିଶ୍ଚିତ ଉଦ୍ଭବ ହୁଏ, 

ମଣିଷର ମତ ଯେହେତୁ ଭିନ୍ନ ଭିନ୍ନ ।


ଦୁଇଭାଗ ହାଇଡ୍ରୋଜେନ ଉଦଜାନ ଓ ଏକ ଭାଗ 

ଅକ୍ସିଜେନ ଅମ୍ଳଜାନରେ ଜଳ ସୃଷ୍ଟି ହୁଏ 

ଖାଲି କେବଳ ଉଦଜାନ ଥାଇ ପାଖରେ ଜଳ ପ୍ରାପ୍ତି 

କରିବାର ଆଶା, ସମ୍ଭବ ନହୁଏ ।


ସଂସାରରେ ଅଧ୍ୟୟନ, ଅନୁସନ୍ଧାନ, ଗଣନା ମାଧ୍ୟମରେ ମଣିଷ ବହୁ ମତ ସୃଷ୍ଟି କରିଛି ଓ କରିବ

ମାର୍କସଙ୍କ ମତ ଅନୁସାରେ କିଛି ଚିରନ୍ତନ ବା ଚିରସ୍ଥାୟୀ ନୁହନ୍ତି, ମତର ସ୍ତର ଯୁକ୍ତି ଦ୍ଵାରା ବଢିବ।


ସମୟର କଷଟିରେ ବିବେକର ଯୁକ୍ତିଯୁକ୍ତ ଆଲୋଚନାରେ ମଣିଷ ପାଏ ଯେଉଁ ତତ୍ତ୍ୱ

ବର୍ତ୍ତମାନରେ ମିଥ୍ୟା ବା ମାୟା ହୋଇ ପାରେ, ତାହା ସଂସାରରେ ରହେ ସର୍ବଦା ସତ୍ୟ ।


ମଣିଷର ସତ୍ୟ ଅନ୍ୟେଷଣ ବିଶ୍ୱାସ ତିଆରି ହେଲେ 

ତର୍କ ବିତର୍କରୁ ସତ୍ୟର ହୋଇଥାଏ ବଶବର୍ତ୍ତୀ 

ତେଣୁ ଶ୍ରୀମଦ ଭାଗବତ ଗୀତାରେ ତ ବର୍ଣ୍ଣନା ଅଛି, 

ବିଶ୍ୱାସ ମୂଳେ ଏ ଜଗତ, ପ୍ରାଣୀ ଆତ ଜାତ ହୁଅନ୍ତି।


ସତ୍ୟର ଉତ୍କୃଷ୍ଟ ସାଧନ ଶାସ୍ତ୍ର, ଯଥାର୍ଥ ବଚନର 

ଆଶ୍ରୟ ନେଲେ ବିଜୟର ହୁଏ ତ ପ୍ରାପ୍ତି

ଅନ୍ଧ ବିଶ୍ବାସରେ, ପରାଜୟ କରିବା ନିଶାରେ କେବଳ ମୃଗତୃଷ୍ଣା ବା ମରୀଚିକାର ହୁଏ ଉତ୍ପତ୍ତି ।


ଅହଂ ମରୀଚିକାର ସୃଷ୍ଟିରେ ମଣିଷ ମଣିଷ ମଧ୍ୟରେ

ବିଶ୍ୱାସ ଓ ସମ୍ପର୍କ ହୋଇଥାଏ ବିଛିନ୍ନ

ସାମ୍ପ୍ରଦାୟିକତା ଧର୍ମାନ୍ଧତା ଜାତିଗତ ଭେଦଭାବେ ପରିବେଶ ପରିବର୍ତ୍ତନରେ ଜଗତେ ଚଳିବା ଅସମ୍ଭବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract