ସତ୍ୟ କ'ଣ
ସତ୍ୟ କ'ଣ
ସତ୍ୟ କ'ଣ ଏତେ ନିର୍ଭୀକ
ସତ୍ୟ କ'ଣ ଏତେ ମହାନ୍
ବୁଦ୍ଧି ବିବେକ ଜ୍ଞାନ ସଭିଏଁ ସନ୍ଦିହାନ୍
ସତ୍ୟ କ'ଣ ଏତେ ନୀତି ନିଷ୍ଠ
ସତ୍ୟ କ'ଣ ଏତେ ନୀତିବାନ୍ ?
ପୁଞ୍ଜିବାଦର ପଞ୍ଝା କ'ଣ
ଏତେ ଦୁର୍ବଳ ଏତେ ହୀନ
ସତ୍ୟ ନ୍ୟାୟ ପାଶେ
ପୁଞ୍ଜିବାଦ ଓ ପୁଞ୍ଜିପତି
ଏତେ ହୀନିମାନ
ମଣିଷ ପଣିଆ ଓ ମାନବିକତା
ପୁଞ୍ଜିବାଦୀ ଙ୍କ ପାଇଁ ଏତେ ମୂଲ୍ୟ ହୀନ
ସତ୍ୟ କ'ଣ ଏତେ ମହାନ୍ ?
ସତ୍ୟ କୁହେ ମା ମାଟିର କଥା
ନ୍ୟାୟ ବୁଝେ ମା ମାଟିର ବ୍ୟଥା
ଦୁର୍ନୀତି ଭ୍ରଷ୍ଟାଚାରୀଙ୍କ ପାଇଁ
ସତ୍ୟ ଅଟେ ମୁଣ୍ଡ ବ୍ୟଥା
ନୀତି ଆଦର୍ଶ ରେ ସାଲିସ୍ ମାଲିସ୍ କରି
ନ ପୋତି ଥାଏ ତା'ର ମଥା
ସତ୍ୟ ନ୍ୟାୟ କୁହନ୍ତି ଦେଶ ମାତୃକାର କଥା
ଜୀବନ ଜୀବିକା ପାଇଁ
ବଳିଦାନ କରେ ତା'ର ମଥା
ସତ୍ୟ କ'ଣ ନ୍ୟାୟ କ'ଣ
ବୁଝ ବୁଝ ରେ ହେ ସ୍ଵାର୍ଥୀ ଜନତା ?
ନୋଟ୍ ବଦଳେ ଭୋଟ୍ ନ ଦିଅ
ହେ ଶିକ୍ଷିତ, ନ୍ୟାୟୀ ଜ୍ଞାନୀ ଗୁଣୀ ଜନତା
ଦେଶ ମାତୃକାର ଯେ କରିବ ସେବା
ଆସ ଆମେ ତାକୁ ଭୋଟ୍ ଦେବା
ଜନାଦେଶକୁ ସମ୍ମାନ ଦେବା
ଜନତା ଜନାର୍ଦ୍ଦନ ଙ୍କୁ ସର୍ବେସର୍ବା ବୋଲି
ଜନମତକୁ ସମ୍ମାନ ଦେଇ
ଦେଶ ଓ ଜାତିର ନିମ୍ନ ଶ୍ରେଣୀର
ଲୋକଙ୍କୁ ସମ୍ମାନ ଦେବା l
