ବିଦଗ୍ଧ ପ୍ରେମ
ବିଦଗ୍ଧ ପ୍ରେମ
ପ୍ରେମ ତ ଅଟଇ ବିଭିନ୍ନ ପ୍ରକାର
ନାହିଁ ତାର ରୂପ ରେଖ
ଯେମିତି ପାରିବ ସେମିତି ଲେଖିବ
ଭଲ କରି ତାକୁ ଦେଖ ।
ମମତାର ପ୍ରେମ ଭୁଲି ତ ହୁଏନି
ଆଖିରେ ସେ ନାଚୁ ଥାଏ
ବିରହର ପ୍ରେମ ଦିଅଇ ଯେ କଷ୍ଟ
ଆଖି ଲୁହ ଝରି ଯାଏ ।
ହୃଦୟର ପ୍ରେମ ଚିରନ୍ତନ ସତ୍ୟ
ବିଦଗ୍ଧ ପ୍ରେମରେ ଲେଖା
ଛଳନା କପଟ ନ ଥାଏ ସେଥିରେ
ଥାଏ ସିଏ ପୂରା ଚୋଖା ।
ଜୟ ଦେବଙ୍କର ବିଦଗ୍ଧ ପ୍ରେମ ଯେ
ଥିଲା ଗୀତା ଗୋବିନ୍ଦରେ
ସଖୀଙ୍କର ପ୍ରେମ କୃଷ୍ଣଙ୍କର ପ୍ରେମ
ବର୍ଣ୍ଣିତ ନବ ରସରେ ।
ଭକ୍ତ ଭଗବାନ ବିଦଗ୍ଧ ପ୍ରେମ ଯେ
ଅଭିନ୍ନ ସିଏ ଅଟଇ
କେହି କାହା ଠାରୁ ନ ଥାନ୍ତି ଦୂରେଇ
ଏକ ଆତ୍ମା ଥାନ୍ତି ହେଇ ।
ରାଧା ମୀରା କୃଷ୍ଣ ଭଲ ପାଇବା ଯେ
ବିଦଗ୍ଧ ପ୍ରେମରେ ଭରା
କାହା ଠାରୁ କେହି ପାରନ୍ତି ରହି
ଝୁରେ ମନ ରାତି ସାରା ।
ଗୋପୀଙ୍କର ପ୍ରେମ ଅଟଇ ବିଦଗ୍ଧ
ଖୋଜୁ ଥାଏ କାହ୍ନୁ ପ୍ରେମ
ମନ ହୃଦୟରେ ଲେଖି ଥାନ୍ତି ସିଏ
କଳା କହ୍ନେଇର ନାମ ।
ବିଦଗ୍ଧ ପ୍ରେମକୁ ସାଉଁଟିଣ ଥାଏ
ବିରହୀ ପ୍ରେମିକ ଟିଏ
ଜୀବନଠୁ ବେଶୀ ପ୍ରେମିକାକୁ ତାର
ସିଏ ଭଲ ପାଉଥାଏ ।
ଭୁଲି ପାରେ ନାହିଁ ହୃଦୟ ଇଲାକୁ
ସାଇତି ରଖେ ତା ସ୍ମୃତି
ସେଇ ସ୍ମୃତି ତାର ଜୀବନ ପାଲଟେ
ହୁଏ ନାହିଁ କେବେ ଇତି ।
ପ୍ରେମିକାର ପ୍ରେମ ତାହାର ଜୀବନ
ପ୍ରେମିକ ଅଟେ ସାହାରା
ଦୁଇ କୂଳେ ଦୁଇ ରହିଥାନ୍ତି ଚାହିଁ
ମଝିରେ ଲୁହ ଅଶରା ।
ବିଦଗ୍ଧ ପ୍ରେମରେ ବହ୍ନିରେ ସେ ଜଳି
ଆଖି ଲୁହ ପିଉ ଥାଏ
ସାରା ଜୀବନ ସେ ତାହାରି ପ୍ରେମକୁ
ସାଥି କରି ବଞ୍ଚି ଥାଏ ।
