Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Prabhati Mahapatra

Abstract Inspirational Others

4  

Prabhati Mahapatra

Abstract Inspirational Others

ପତି ପତ୍ନୀ

ପତି ପତ୍ନୀ

1 min
324


ସଂସାର ସୃଷ୍ଟିର  ବିଧାତାଙ୍କ ପାଦେ

କୋଟି ନମସ୍କାର ଢାଳି

ଲେଖନୀରେ ଆଜି ସଜାଇ ଆଙ୍କିଛି

ଦୁଇଟି କୁସୁମ ତୋଳି ।


ଗୋଟିଏ ବୃନ୍ତର   ଦୁଇଟି ପାଖୁଡ଼ା

ଏକ ସଙ୍ଗେ ବିକସିତ

ପ୍ରେମ ପ୍ରୀତି ଜଳ ପ୍ରାପ୍ତ ନହୋଇଲେ

ବେନି ପ୍ରାଣ ହୁଏ ମୃତ ।


ସଂସାର ପାଦପେ   ଜନମ ଲଭିଣ

ଧାରଣ କରନ୍ତି ଫଳ

କାହିଁ ରୁ ଉତ୍ପତ୍ତି    କିଏ ବା କହିବ

ଲାଗେ ନାହିଁ ବୁଦ୍ଧି ବଳ ।


ଚାତକ ପରିକା    ପଥ ଚାହିଁ ଥାନ୍ତି

ଭୋଜନ ଶୟନ ପାଇଁ

ଏକ ବୃକ୍ଷ ହେଲେ ଅନ୍ୟ ଯେ ବଲ୍ଲରୀ

ଜଗତକୁ ଶିକ୍ଷା ଦେଇ ।


ପୁରାଣେ ବର୍ଣ୍ଣିତ   ନାରୀ ଦୋଷ ଗୁଣ

ଉଦରେ ରହୁନା କଥା

ତଥାପି କାହିଁକି    ପୁରୁଷ ଶ୍ରୀହୀନ

ନାରୀ ବିନା ପାଏ ବ୍ୟଥା ।


ନାରାୟଣୀ ରୂପେ   ପତ୍ତନ ସମୟେ

ପତିର ସମ୍ମୁଖେ ଆସି

ସୁରକ୍ଷା କବଚ    ପରିକା ସଙ୍ଗତେ

ରୁହେ ସେ ବଳକୁ କଷି ।


ଗୃହର ସୌନ୍ଦର୍ଯ୍ୟ  ପତି ପତ୍ନୀ ଭାବ

ଯେସନେ କୁମୁଦ ଇନ୍ଦୁ

ନିବିଡତା ଥିଲେ   ପଶି ପାରେ ନାହିଁ

କେବେହେଁ ରାଜୀବ ବନ୍ଧୁ ।


ଯେହ୍ନେ ରୌଦ୍ରତାପେ ସୁଶୀତଳ ଜଳ

ଜୀବନକୁ ସୁଖମୟ

ସେହି ରୂପେ ଜାୟା କାନ୍ତର ଜୀବନେ

ଶାନ୍ତିରେ କରେ ବିଜୟ ।


ସୁମଙ୍ଗଳ କାର୍ଯ୍ୟେ ବେନି ପ୍ରାଣୀ ଲୋଡା

ଏହା ଯେ ମଙ୍ଗଳ ବିଧି

ପତ୍ନୀ ବିନା ପତି    କାହିଁ ବି ହୁଏନା

ଏକା ବଞ୍ଚିବାରେ ସିଦ୍ଧି ।


Rate this content
Log in

Similar oriya poem from Abstract