STORYMIRROR

Subhalaxmi Nayak

Abstract Others

4  

Subhalaxmi Nayak

Abstract Others

"ତାଙ୍କେ" ଙ୍କ ପାଇଁ ପଦୁଟିଏ

"ତାଙ୍କେ" ଙ୍କ ପାଇଁ ପଦୁଟିଏ

1 min
390

ହଁ, ମୁଁ ହସି ଦିଏ

ସବୁବେଳେ ଖୁସି ରୁହେ

କେତେ !

ସେ କଥା ବୁଝିବା ଲୋକ ଜାଣେ

ସିଏ ତ ନ ଦେଖି ବି

ଆଖି କୋଣରୁ

ଜକେଇ ଆସିଥିବା ଲୁହକୁ

ହୃଦୟରେ ଉଠିଥିବା ବିଦ୍ରୋହର ଝଡ଼ିକୁ

ହୃଦୟଙ୍ଗମ କରି ସାରିଥିଲେ ବୋଧହୁଏ।

ହାତ ଧରି ସାରା ଜୀବନ ଏକାଠି ଚାଲିବାକୁ

ପ୍ରତିଶ୍ରୁତି ଦେଇଦେଲେ କ୍ଷଣିକରେ।

ସେତେବେଳେ ବି ନିର୍ଦ୍ବନ୍ଦ୍ବରେ

ଆଶ୍ୱାସନା ଦେଉଥିଲେ ମୋତେ।

ତାଙ୍କ ବିଚାରଧାରା କିଛି ଏମିତି

ଯେତିକି ସମୟ ବିତାଇ ସାରିଛି ମୁଁ

ନିକଟ ଅତୀତର

ପୃଷ୍ଠା ପରେ ପୃଷ୍ଠା ଓଲଟାଇଲେ

ମୁଁ ବୁଝେ,

କେବେ ଲାଭ କ୍ଷତିର ହିସାବ କିତାବ

କେବେ ପାଇବା ହରେଇବାର ଅବଶୋଷ

ନା କେବେ ଅଟକି ଯିବାକୁ ଅନୁମତି

ନାହିଁ ସେ ହିସାବ ଖାତାରେ....

ବରଂ ପ୍ରତିଟି ପୃଷ୍ଠାରେ ପାଇଛି

ଗୋଟିଏ ଜୀବନ ଯୋଦ୍ଧାର

ଅଦମ୍ୟ ଚେଷ୍ଟା, ଅସରନ୍ତି ସକାରାତ୍ମକ ଉର୍ଜା

ମୁଁ ବା ହାରି ଯିବି କେମିତି?

ମୋ ଜୀବନସାଥି ହିଁ ଏମିତି....



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract