STORYMIRROR

Chinmaya Kumar Nayak

Abstract

4  

Chinmaya Kumar Nayak

Abstract

ବର୍ଷା ଗୋ

ବର୍ଷା ଗୋ

1 min
324


ବର୍ଷା ଗୋ ତୁମ ଆଖିରେ କାହିଁକି

ଅଶ୍ରୁର ବାରିଧାରା କୁହ,

କିଏ ତୁମ ନିୟତିରେ ଗଲା ଲେଖି

ଭରା ଶ୍ରାବଣର ଭିଜା କୋହ। 


କାହିଁକି ଏପରି ଅଶାନ୍ତ ଗୋ ତୁମେ

ନିଦାଘ କି ଧୋକା ଦେଇଗଲା,

ଅବା କେହି ପ୍ରିୟ କଥା ଦେଇ ଭାଙ୍ଗି

ଅଧା ବାଟେ ଛାଡ଼ି ଚାଲିଗଲା !


ଆଖିରେ ଆଖିଏ ଅଗ୍ନିର ସ୍ଫୁଲିଙ୍ଗ

ଜଳୁଅଛ ବୋଲି ଦିଶିଯାଏ,

ନିଜ ନିଆଁ ନିଜେ ଲିଭାଇବା ପାଇଁ

ଅଶ୍ରୁ ଧାର ବୋଧେ ବହିଯାଏ। 


ଯନ୍ତ୍ରଣା ତୁମ କଥା କୁହେ ଯେବେ

ଘଡଘଡି ଶୁଭେ ଆକାଶରେ,

କେତେ କାଳ ପୀଡ଼ା ରଖିଛ ସାଇତି

ଆଖି ଭିଜେ ତୁମେ ଚିତ୍କାରରେ। 


ଜାଣ ନାହିଁ ତୁମ ପ୍ରତୀକ୍ଷାରେ କେତେ

କି ଜୀବ ନିର୍ଜୀବ ଶିଳା ସମ,

କେବେ ତୁମ ଛୁଆଁ ପାଇବେ କେଜାଣି

ହେବେ ଶାପ ମୁକ୍ତ ସତୀ ସମ। 


ତୁମେ ପରା ଧରା ସଂଜୀବନୀ ଧାରା

ଶୋଭା ପାଏ କି ଏ ଅଭିମାନ,

ତୁମେ ହସି ଝାରିଦିଅ ଆନନ୍ଦାଶ୍ରୁ

ଝୁମି ଉଠୁ ପୃଥ୍ବୀ ଉପବନ।


Rate this content
Log in

Similar oriya poem from Abstract