STORYMIRROR

SOUDAGAR BISWAL

Abstract Others

4  

SOUDAGAR BISWAL

Abstract Others

ବାପା

ବାପା

1 min
360

ଦୟାମୟ ଦୟାସାଗର ମୋ ତୁମେ

ବିବୁଧ ସମାନ ପିତା।

ମହା ଦୂରଦର୍ଶୀ ଚିର ବନ୍ଦନୀୟ

କୃତମୁଖ ସୃଷ୍ଟିକର୍ତ୍ତା।।

ତୁମେ ଅଟ ମୋ'ର ପ୍ରାଣ ସଞ୍ଚାରକ

ମହୀକୁ ଆଣିଲ ମତେ।

ଏଡୁଟିରୁ ଆଣି ଏଡେଟିଏ କଲ

ଅଝଟ ସହି ମୋ କେତେ।।

ଆଦ୍ୟ ଗୁରୁ ହୋଇ ପ୍ରାଣେ ଦେଲ ଜ୍ଞାନ

କଲ ବାପା ଗରୀୟାନ।

କାନ୍ଧରେ ବସେଇ ଦେଖେଇଲ ମତେ

ଦୂର ଆକାଶ ରେ ଜହ୍ନ।।

ସାଜିଲ ମୋ ପାଇଁ ଘୋଟକ ପରାଏ

ପିଠିରେ କରିଲ ଲାଉ।

ତଣ୍ଡୁଳେ ଭରିଲ ଉଦର ମୋହର

କି ଗୁଣ ଗାଇବି ଆଉ।।

ଆଖି ରୁ ମୋହର ଲୁହ ପୋଛି ଦେଲ

ଦୁଃଖ କ'ଣ ଜାଣିନାହିଁ।

ପ୍ରବଳ ତାପ କୁ ଅନ୍ତରରେ ବହି

ତୁମ ଆଖି କାନ୍ଦି ନାହିଁ।।

କାଳେ ମୁଁ ଜାଣିଲେ ତୁମ ମନ ଖେଦ

କଷ୍ଟ ହେବ ବୋଲି ମତେ।

ଆକାଶ ଚାନ୍ଦ ବି ହାତେ ଧରାଇଛ

ରହିଛି ମୋ'ର ଅଜ୍ଞାତେ।।

ଶିଶୁ ଥିଲି ବୋଲି ମନେ ପଡ଼େ ନାହିଁ

ସବୁ ତ୍ୟାଗ ଅନୁଗ୍ରହ।

ଅଯୋଗ୍ୟ ସୁତକୁ ଯୋଗ୍ୟ

ବୋଲି କହି

ଝରାଇଲ ପ୍ରୀତି ସୁଅ।।

ଯାମିନୀ ଆସିଲେ ଛାତିରେ ଶୁଆଇ

କହିଛ କେତେ କାହାଣୀ।

ରମ୍ୟ ନଗରୀକୁ ନେଇ ବୁଲାଇଛ

ବାପା ମୋର ମନ ଜାଣି।।


Rate this content
Log in

Similar oriya poem from Abstract