ଷଡଯନ୍ତ୍ର
ଷଡଯନ୍ତ୍ର
କୂଟ ଓ କପଟ ରଚେ ଷଡଯନ୍ତ୍ର
ନୀଚ୍ଚ ଶତ୍ରୁ ଅବିଶ୍ୱାସୀ
ବିପଦ ଆପଦ ପଡିଲେ ଅନ୍ୟକୁ
ମୁରୁକି ଦିଏ ସେ ହସି ।
କଳ କଉଶଳ କରଇ ଦୁର୍ମତି
ପାଞ୍ଚୁଥାଏ ପରମନ୍ଦ
ସହି ପାରେନାହିଁ ଅନ୍ୟ ସୁଖଶିରୀ
ଲଗାଏ ଫନ୍ଦି ଫିସାଦ ।
ପର ପାଇଁ ଖାତ ଖୋଳେ ଅଗୋଚରେ
ଛୁରୀକା ଭୁଷେ ପିଠିରେ
କରିଦେବି ପାର କହେ ଭରା ନଈ
ମଝିରେ ବୁଡାଇ ମାରେ ।
କହେ ମିଠା କଥା କେବଳ ବଚନେ
କାମ କରେ ବିପରୀତ
ନିରୀହ ଜୀବନ ନାଶଇ ଦୁର୍ଜନ
ବିଷ କୁମ୍ଭ ପୟମୁଖ ।
ଷଡଯନ୍ତ୍ରକାରୀ ଗୋଟିଏ ମଣିଷ
ଏକ ଏକ ବିଷ ମଞ୍ଜି
ହୁଏ ଭୟାନକ କ୍ଷତିକର ବେଶୀ
ଦେଶଜାତି ଷଡଯନ୍ତ୍ରୀ ।
କରନ୍ତି ବିନାଶ ସୁନ୍ଦର ସମାଜ
ହୁଅନ୍ତି ଧ୍ୱଂସ କାରଣ
ଉନ୍ମତ୍ତ ପାଷାଣ୍ଡ ଗର୍ବ ଅହଙ୍କାରେ
ସଙ୍କଟେ ପଡ଼ଇ ଧର୍ମ ।
ସୁଦର୍ଶନ ହସ୍ତେ ପ୍ରଭୁ ଚକ୍ରଧର
ଅବତର ଧରାତଳ
ବିନାଶ ଦୁର୍ମତି ଦୁର୍ଗତି ଦୁଷ୍କୃତି
କଳଙ୍କକୁ କର ଦୂର ।
ଛିଡୁ ଦୁଷ୍ଟମୁଣ୍ଡ ଷଡଯନ୍ତ୍ର ଜାଲ
ଜଳୁ ଜ୍ୱ।ଳାମୁଖେ ବହ୍ନି
ସତ୍ୟର ଆଲୋକ ହେଉ ଉଦ୍ଭାସିତ
ଲିଭୁ ଷଡଯନ୍ତ୍ର ଗ୍ଲାନି ।
