STORYMIRROR

Kalandi pal

Classics

3  

Kalandi pal

Classics

ଷାଠିଏ ପଉଟି ନ ହେଲେ ଜଗାରେ

ଷାଠିଏ ପଉଟି ନ ହେଲେ ଜଗାରେ

1 min
223

ଷାଠିଏ ପଉଟି ନ ହେଲେ ଜଗାରେ,

    ପେଟ ତୋର ପୁରେ ନାହିଁ,

ଦିନେ ଲକ୍ଷେ ଭକ୍ତ ନ ଦେଖିଲେ ନେତ୍ରେ

    ମନ ତୋର ମାନେ ନାହିଁ.,

ଜଗାରେ ନିଦ ତୋତେ ଲାଗେ ନାହିଁ । l0l


କଟକଣା ଯେବେ ଲାଗିବ ମନ୍ଦିରେ

    ପଡିବ ତୋର ଦୁଆର,

ଯିବେନି ଭକତ ଯିବେନି ସୁଆର

    ଏହି କି ତୋର ବିଚାର,

ରୋଗର ଆତଙ୍କେ ଥରୁ ଅଛି ମହି

    ତୋତେ କଣ ଜଣା ନାହିଁ,

ପ୍ରଭୁ ହେ ଜାଣି କି ପଡ଼ିଛ ଶୋଇ । l1l


ମାଳିକା ବଚନେ ଶେଷ କରିବାକୁ

     ଜଗନ୍ନାଥ ଧାମ ଲୀଳା,

ଶ୍ରୀ କ୍ଷେତ୍ରକୁ ଛାଡି ଛତିଆ ବଟରେ

    କରିବୁକି ଲୀଳା ଖେଳା,

ତରିବା ମାରିବା ସବୁ ତୋର ଇଛା

    ତ୍ରିଭୁବନେ କେହି ନାହିଁ,

ତୁମେ ପ୍ରଭୁ ଜଗତ ସାଇଁ ।  I2I


Rate this content
Log in

Similar oriya poem from Classics