STORYMIRROR

Shubhra Suchitra Mahanta

Romance

2  

Shubhra Suchitra Mahanta

Romance

ସର୍ତ୍ତ

ସର୍ତ୍ତ

1 min
50

ସର୍ତ୍ତ ରଖ ନାହିଁ, ପ୍ରେମ ବନ୍ଧନରେ

ବାନ୍ଧି ଦିଅ ନାହିଁ, ମୋତେ ଶିକୁଳିରେ ।


ମନ ଆକାଶରେ, ଉଡୁ ଥାଏ ମୁହିଁ

ଡେଣା ମୋର ତୁମେ, କାଟି ଦିଅ ନାହିଁ ।


ସୁଖରେ ବଞ୍ଚିଛି, କନ୍ଦେଇ ଦିଅନି

ଅଧା ବାଟେ ମୋତେ, ଛାଡ଼ିକି ଯାଅନି ।


କେଉଁ କଥା କୁହ, ତୁମକୁ ବାଧିଛି

ଅନ୍ତର ମନରୁ, କ୍ଷମା ମୁଁ ମାଗୁଛିନ।


ସର୍ତ୍ତ ନ ରଖିଲେ, ପ୍ରେମ କି ହେବନି

ବାନ୍ଧି ହୋଇ ଆମେ, ଖୁଶି ରହିବାନି ।


ଭରସା ବିଶ୍ବାସ, ମୋ ଉପରେ ରଖ

ଥରେ ଖାଲି ମୋତେ, ଭଲପାଇ ଦେଖ।


ବିନା ଶିକୁଳିରେ, ପାଖେ ରହିଥିବି

ତୁମ ସାଥେ ସାଥେ, ବାଟ ଚାଲୁଥିବି ।


ସମାଜକୁ ଦେଖି, ପରଖନି ମୋତେ 

ସର୍ତ୍ତ ସବୁ ଭୁଲି, ହାତ ଦିଅ ହାତେ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance