ସ୍ରଷ୍ଟା
ସ୍ରଷ୍ଟା
ତୋ' ସ୍ୱପ୍ନକୁ ଭାଗକରି
ମୋ' ଗଳାରେ ହାରକଲୁ
ତୋ' ହୃଦୟରେ ରୋପିଥିଲୁ ଗଙ୍ଗଶିଉଳି
ହେଲେ, ମହକୁଛି ଏବେ ମୋ' ମନର ଅଗଣାର
ଚଉହଦୀ , ଆହାଃ ଭୂରୁ ଭୂରୁ ନିତି
ଛୁଇଁବାକୁ ଜୀବନର ଉତ୍ତୁଙ୍ଗ ହିମାଳୟ
ଗୋଟେ ଅଲଗା ସଫଳତାର ଜୀବନଧାରା ।
କେତେ ଭଲପାଇବା ପୁଣି ନିଛକପଣିଆ
କେତେ ଆନ୍ତରିକତା ସୁସମ୍ପର୍କର
ଯାହା ଲାଗେ ଐଶ୍ୱରୀୟ ଧୂମ ମିଠାମିଠା
ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ।
ପକ୍ଷୀର କଅଁଳ ଡେଣା କେବେ ପର ଧରିବ
ଚଂଚୁରେ ଭରିବ ଟିକେ ଟିକେ ଦାନା
ଉଡିବ ଦୂର ନୀଳ ଆକାଶକୁ ଛୁଇଁବା ପାଇଁ
ଜହ୍ନ ଆସି ଧରାଦେବ ତା ଧନ/ ସମ୍ପତ୍ତିପାଇଁ ।
ଯେତେ ଉଚ୍ଚ ହେଲେବି ପାହାଡ଼ '
ଯେତେ ଅଗଭୀର ହେଲେବି ସମୁଦ୍ର ,
ଯେତେ ପ୍ରଖର ହେଲେବି ବଂଛିବାର ସୁଅ,
ସବୁ ଯେମିତି କଅଁଳ ଶିଶୁଟିପରି
ସର୍ଵସଂହା ମା" ମାଟିଠୁ ବଡ଼ ସେ ଦେବୀପାଇଁ
ସୃଷ୍ଠିର ଆଦ୍ୟକର୍ତ୍ତା ଆକାଶ ବୁକୁରେ ,
କାରଣ ସେତ ତାଠୁ ବଡ ଲମ୍ବିଛି ଚାଲିବାକୁ
ଛାତିତା ସୁଦୂର ପ୍ରସାରି
ଭୂମିରୁ ଭୂମା ପର୍ଯ୍ୟନ୍ତ ।
ତେଣୁ , ହଜିଯିବା ତା' ହସକାନ୍ଦେ
ସେ ଵୋହୂ ଚୋରି ହେଉ ଅବା
ଲୁଚକାଳି ଜୀବନର
ତା' ବିଶାଳ ପଣତ କାନିରେ
ଲୁଚିଯିବି ଖୋଜିଲେ ଯେ' ଖୋଜୁଥାଉ
ପାଇବନି ମୋତେ ,
ଘରେ ଯେଣୁ ଲାଗିଛି ମୋ ସ୍ରଷ୍ଟାର
ଆଉ ଗୋଟେ ଲୁୁହାର ଜାଉଁଳି କବାଟ ।
ଵାଲ୍ୟମ୍ବା , ଢେଙ୍କାନାଳ ।
