STORYMIRROR

Chittaranjan Nanda

Fantasy Inspirational Others

4  

Chittaranjan Nanda

Fantasy Inspirational Others

ସରଳ ମଣିଷଟିଏ

ସରଳ ମଣିଷଟିଏ

1 min
323


ସରଳ ମଣିଷଟିଏ,

ମନଥାଏ ସତ୍ୟ ଆଉ ଶାନ୍ତିକୁ 

ଉଚ୍ଚ ରଖେ ନିଜ ମସ୍ତକକୁ, 

ନିଜ ସମ୍ମାନ ବଞ୍ଚାଇବାକୁ,

ସାହାସ ଥାଏ ଏକା ଲଢ଼ିବାକୁ, 

ଡରେନି ବାଆ ବତାସକୁ ।


ଯଦି ମଣିଷର,

ଥାଏ, 

ରୂପରେ ମାଧୁର୍ଯ୍ୟତା ,

ହୃଦୟରେ କୋମଳତା,

ପରଶରେ ଶୀତଳତା,

ନୟନରେ ପବିତ୍ରତା,

ସମସ୍ତ ମନକୁ କରେ ଆନନ୍ଦିତା ।


ପ୍ରେମ ପ୍ରୀତିର ସେ ସମ୍ମିଶ୍ରଣ,

ମଣିଷର ଆତ୍ମା ପ୍ରତି ଥାଏ ସମ୍ମୋହନ,

ଦୋଷ କଲେ କରେ ଆତ୍ମ ସମର୍ପଣ,

କଣ୍ଠରେ କରେ ଅମୃତର ଦାନ,

ତାର ଗୁଣ ସବୁ ଜଗାଏ ସ୍ପନ୍ଦନ,

ସବୁରି ଶୀର୍ଷରେ ସିଏ ପାଏ ଆସ୍ଥାନ ।


ଯେଉଁଠି ଥାଏ ଏହି ସବୁ ଗୁଣ,

ମିଳିବକି ତାହାର ସନ୍ଧାନ,

ନିର୍ଭୀକ ଥାଏ ତାର ମନ,

ଧନ୍ୟ ଧନ୍ୟ ସେ ଜୀବନ,

ଧନ୍ୟ ଧନ୍ୟ ତାର ବୁଦ୍ଧି ଜ୍ଞାନ,

ଜଗତେ ପାଏ ବହୁ ସମ୍ମାନ ।



Rate this content
Log in

Similar oriya poem from Fantasy