ସରଳ ମଣିଷଟିଏ
ସରଳ ମଣିଷଟିଏ
ସରଳ ମଣିଷଟିଏ,
ମନଥାଏ ସତ୍ୟ ଆଉ ଶାନ୍ତିକୁ
ଉଚ୍ଚ ରଖେ ନିଜ ମସ୍ତକକୁ,
ନିଜ ସମ୍ମାନ ବଞ୍ଚାଇବାକୁ,
ସାହାସ ଥାଏ ଏକା ଲଢ଼ିବାକୁ,
ଡରେନି ବାଆ ବତାସକୁ ।
ଯଦି ମଣିଷର,
ଥାଏ,
ରୂପରେ ମାଧୁର୍ଯ୍ୟତା ,
ହୃଦୟରେ କୋମଳତା,
ପରଶରେ ଶୀତଳତା,
ନୟନରେ ପବିତ୍ରତା,
ସମସ୍ତ ମନକୁ କରେ ଆନନ୍ଦିତା ।
ପ୍ରେମ ପ୍ରୀତିର ସେ ସମ୍ମିଶ୍ରଣ,
ମଣିଷର ଆତ୍ମା ପ୍ରତି ଥାଏ ସମ୍ମୋହନ,
ଦୋଷ କଲେ କରେ ଆତ୍ମ ସମର୍ପଣ,
କଣ୍ଠରେ କରେ ଅମୃତର ଦାନ,
ତାର ଗୁଣ ସବୁ ଜଗାଏ ସ୍ପନ୍ଦନ,
ସବୁରି ଶୀର୍ଷରେ ସିଏ ପାଏ ଆସ୍ଥାନ ।
ଯେଉଁଠି ଥାଏ ଏହି ସବୁ ଗୁଣ,
ମିଳିବକି ତାହାର ସନ୍ଧାନ,
ନିର୍ଭୀକ ଥାଏ ତାର ମନ,
ଧନ୍ୟ ଧନ୍ୟ ସେ ଜୀବନ,
ଧନ୍ୟ ଧନ୍ୟ ତାର ବୁଦ୍ଧି ଜ୍ଞାନ,
ଜଗତେ ପାଏ ବହୁ ସମ୍ମାନ ।
