ସରକାରଙ୍କୁ ଚିଠି
ସରକାରଙ୍କୁ ଚିଠି


ହେ ନବୀନ ସରକାର
ତମକୁ ମୋର ହୃଦୟରୁ ନମସ୍କାର।
ତମ ପାଖକୁ ଏହି ମୋର ଚିଠି
ରାଜ୍ୟ ବାସିଙ୍କ ପାଇଁ
ତମେ କରୁଛ ଭାରି ପରିଶ୍ରମ।
ଏ କୋରୋନା ର ଦାଉରୁ
ରକ୍ଷା କରିବା ପାଇଁ ତମେ
କରୁଛ ବିଭିନ୍ନ ଯୋଜନା ମାନ।
କିପରି ଖଟିଖିଆ ହରେଇ
ଥିବା ଚାକିରି ପାଇଁ
ନ ମରୁ ଭୋକ ଉପାସରେ
ସେଥିପାଇଁ ତମେ ଆଗରୁ
ଦେଲ ସେମାନଙ୍କୁ ୩ମାସର ଭତା
ପୁଣି ରାନ୍ଧିବା ପାଇଁ ଡାଲି ଚାଉଳ।
ପଠେଇଲ ପୁଣି ଆକାଉଣ୍ଟ କୁ
କାଳିଆ ଯୋଜନାର ଟଙ୍କା
ତେଣୁ ଖଟିଖିଆ ଆଉ କିଛି
ହେଲା ନାହିଁ ଅସୁବିଧା।
ହେଲେ ଏ ଲୋକ ଡାଉନ୍ ପାଇଁ
ସବୁ ଦୋକାନ ବଜାର ସହ
ହୋଟେଲ ଓ ଢ଼ାବା ହୋଇଛି ବନ୍ଦ
ସେଥିପାଇଁ କେତେ ନୀରିହ
ଜୀବଜନ୍ତୁ ଖାଇବାକୁ ନପାଇ
ମରୁଛନ୍ତି ଅକାଳରେ
ତେଣୁ ମୁଁ ଏତିକି ବିନତି
ଏହି ଚିଠି ମାଧ୍ୟମ ରେ
ହେ ଓଡ଼ିଶାର ପ୍ରାଣକର୍ତ୍ତା ଏ
ବୁଲା ଜୀବଜନ୍ତୁ ଙ୍କ ପାଇଁ
କରନ୍ତ ଯଦି ତମେ
କିଛି ଯୋଜନା ପ୍ରାଣ
ଵଞ୍ଚି ଯାଆନ୍ତା ଏ ନିିିରୀହ ପ୍ରାଣୀ ମାନଙ୍କର।
ଏତିକି ବିନତି କଲି ଏହି ଚିଠିରେ
ଇତି ତମର ଜଣେ ବଡ଼ ପ୍ରଶଂସକ।