Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyadhar Mantry

Abstract Classics Others

4.5  

Bidyadhar Mantry

Abstract Classics Others

ସର୍ବାଗ୍ରେ ଶ୍ରୀଗଣେଶ

ସର୍ବାଗ୍ରେ ଶ୍ରୀଗଣେଶ

1 min
317


ପାର୍ବଣ ର ଶୁଭ ଆରମ୍ଭ ହୁଅଇ

ଆସିଲେ ମାସ ଭାଦ୍ରବ

ଭାଦ୍ରବ ଶୁକ୍ଳ ଚତୁର୍ଥୀ ତିଥିରେ

ଶ୍ରୀ ଗଣେଶ ପୂଜନ ହେବ।


ବିଘ୍ନ ବିନାଶନ ପ୍ରଭୁ ଗଜାନନ

ସର୍ବାଗ୍ରେ ପୂଜା ତୁମରି

ଏକଦନ୍ତ ମହକାୟ ଗୌରୀ ନନ୍ଦନ

ମୂଷିକ ବାହନ ଧରି ।


ମହାଜ୍ଞାନୀ ପ୍ରଭୁ ସିଦ୍ଧି ବୁଦ୍ଧି ଦାତା

ବିଦ୍ୟାର୍ଥୀଙ୍କ ପ୍ରିୟ ଦେବ

ତ୍ରିପୁର ରେ ପୂଜା ପାଉଛ ହେ ପ୍ରଭୁ

କିଏ ବା ସେପରି ହେବ ।


ଗୁହାଗ୍ରଜ ଏକଦନ୍ତ ଶୁର୍ପକର୍ଣ୍ଣ

ହେରମ୍ୱ ଦୈମାତୁର 

ଗଜବକ୍ତ୍ର ବିଘ୍ନନାଶନ ଗଜାନନ

ଗଣେଶ ଲମ୍ବ-ଉଦର ।


ଜ୍ଞାନ ଚକ୍ଷୁ ରେ ଦେଖିଲ ବ୍ରହ୍ମାଣ୍ଡ

କେନ୍ଦ୍ର କରି ପିତାମାତା

ମୂଷିକ ବାହନ ହେଲେହେଁ ତୁମର

ଜ୍ଞାନ ବଳରେ ବିଜେତା ।


ଅତି ଆଡ଼ମ୍ବରେ ହୁଏ ଗଣେଶ ପୂଜନ

ନାହିଁ ଭେଦ ଭାବ କିଛି

ସର୍ବ ଧର୍ମ ସମ୍ପ୍ରଦାୟେ ପାଳନ ହେଉଛି

ସାମାଜିକ ସଦ୍ଭାବ ରହିଛି ।


ଜ୍ଞାନୀ ଅଜ୍ଞାନୀ ସବୁରି ମୁଖରେ ଜୟ

ପୂଜା ମଣ୍ଡପ କମ୍ପୁଛି

ଯୁବ ଗୋଷ୍ଟିଙ୍କର ହର୍ଷ ଉଲ୍ଲାସର ଭାବ

ପ୍ରତ୍ୟକ୍ଷ ଭାବେ ଦିଶୁଛି ।


ରଙ୍ଗ ବେରଙ୍ଗ ର ତୋରଣ ଶୋଭାରେ

ପୂଜା ମଣ୍ଡପ ଶୋଭିତ

ବାଦ୍ୟ ଯନ୍ତ୍ର ସହ ସଙ୍ଗୀତ ଶବ୍ଦରେ

ପାର୍ବଣ ସମ୍ଭାର ଜଡ଼ିତ ।


ବରଷକେ ଥରେ ଆସିବା ଆଗରୁ

ସଭିଙ୍କ ମନରେ ଖୁସୀ

ବିଘ୍ନ ବିନାଶନ ପ୍ରଭୁ ଗଜାନନ

ଜ୍ଞାନ ଦିଅନ୍ତୁ ବରଷି ।


Rate this content
Log in

Similar oriya poem from Abstract