Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Kalpana Kumari Pradhan

Abstract Others

3  

Kalpana Kumari Pradhan

Abstract Others

ସ୍ପର୍ଶ

ସ୍ପର୍ଶ

1 min
147


ଶୀତ ଶୀତ ବୋଲି ପଡୁଛି ହୁରି

 ସବୁଠି ତାରି ସ୍ପର୍ଶ

ଗାଁ ଠୁଁ ସହର ସବୁ ଥର ଥର

 ଖୋଜନ୍ତି ଉଷୁମ ପରସ l


ଉମେଇ ଏବେ ପଡିଲାଣି ଖୋଜା

    ଦୁଲୁକାଇ ଦେବେ ନିଆଁ

ହାତ ପାଦ ସେକି ଦେଇ ଥରେ

     ଟିକିଏ ମୁକତି ଆହା l


ଶୀତର ଦାଉ, ଥରିଲା ଓଠରେ

   ଗରମ ଚା'ର ସ୍ପର୍ଶ

ଅନନ୍ଦେ ଭ୍ରମେ ସୁନ୍ଦର ପ୍ରଭାତେ 

   ଲାଗଇ ସବୁ ସରସ l


ଘାସ ଗାଲିଚାରେ ଝଲମଲ କରେ

     ଟିକିଟିକି ଶିଶିର ବିନ୍ଦୁ

ଶୀତୁଆ ରାତିରେ ନିର୍ମଳ ଆକାଶେ

    ହସି ହସି ଚାହେଁ ଇନ୍ଦୁ l



Rate this content
Log in

Similar oriya poem from Abstract