ସ୍ପନ୍ଦିତ ନୂପୁର..
ସ୍ପନ୍ଦିତ ନୂପୁର..
କହାର ଏ ପାଦ ଶବ୍ଦ,
ରୁଣୁ ଝୁଣୁ ନୂପୂରର ମଧୁର
ମୂର୍ଚ୍ଛନାର ଅବିରତ ସ୍ପନ୍ଦନ..?
ଶୁଣି, ଫେରିବାକୁ ଇଚ୍ଛା
ନ ଥିଲେ ବି,
ଫେରିବାକୁ ହୁଏ ପଛକୁ,
ପୁନଃ ପୁନଃ ଗତି,ଚିରନ୍ତନୀ..!
ଆଗକୁ ରାସ୍ତା
ଜଣା ନ ଥିଲେ ବି,
ଯିବାକୁ ହୁଏ ଆଗକୁ,
ଆଗରେ ଅମରାବତୀ.. !
ପୁନଃରପି ଜନନମ୍,
ପୁନଃରପି ମରଣମ୍,
ଜୀବନର ରାସ୍ତା ଆବର୍ତ୍ତନୀ..!
ମାଗିବାକୁ ମନ
ଯେତେ ଥିଲେ ବି,
ମାଗି ତ ହୁଏନି
ଅଯାଚିତ କିଛି,
ମାଗି ଦେଲେ କ୍ଷୁର୍ଣ୍ଣ ହେବ
କାଳେ ମୃତ୍ୟୁ ସଂଜୀବନୀ..!
ଯାଚିବାକୁ କୁଣ୍ଠା
ନ ଥିଲେ ବି,
ଆତ୍ମ ସର୍ବସ୍ୱ..
ଯାଚି ଦେଲେ ଦୋହଲିବ
ନିଜର ପାଦ ତଳର ମାଟି..!
ସ୍ୱପ୍ନ ଭଙ୍ଗ ଉପସ୍ଥିତି,
ତ୍ରିଶଙ୍କୁଙ୍କ ଅଧା ସ୍ୱର୍ଗ
ନା ସ୍ୱର୍ଗ ନା ମର୍ତ୍ତ୍ୟ, ପରିଣତି..!
ସବୁ ବୁଝି ସୁଝି
ପାରୁ ଥିଲେ ବି..,
ନ ବୁଝିବାର ଆତ୍ମପ୍ରତ୍ୟୟ,
ନିଃସହାୟତାର ତୁଚ୍ଛ ସମର୍ପଣ,
ବୁଝୁ ଥିଲେ ତ,
ଉତ୍ତର ଦାୟିତ୍ୱ
ଓ ଆତ୍ମ ବଡ଼ିମାର ଅକ୍ଷାଂଶ,
ଅବଶ୍ୟ, କିଛି ଅସହାୟତା
ରହିଲେ ବି,
ବିଷମ ସ୍ଥିତି,
ନିଜେ ନିଜଠୁଁ ପଳାତକ,
ଅବାଞ୍ଛିତ ଜୟଯାତ୍ରାର
ନୀରବ ସମାଧି,
ଅବଦମିତ ଅଭିପ୍ସାର ଅନ୍ତ
ସୃଜେ ନିରବଧି..!
କିଛି ସମାହିତ ଦ୍ଵନ୍ଦର
ଏ ମଧୁର ସମ୍ମୋହନୀ..,
ଯୁଗରୁ ଯୁଗାବ୍ଧି..!
କିଛି ଅସମାହିତ ପ୍ରଶ୍ନର,
ଆବାହନୀ..,
ଚିରଞ୍ଜୀବୀ..!!
ଆଗମ,ପୁନଃର୍ଗମନର
ସେ ସର୍ବ ମୋକ୍ଷ ମାର୍ଗ..
"ସର୍ବ ଧର୍ମାତଃ
ପରିତେଜ୍ୟମ୍
ମା ମେକଂ ସରଣମ ବ୍ରଜ,
ଅହମ୍ ତ୍ୱାମ୍
ସର୍ବପାପଭୌ
ମୋକ୍ଷୟ ସ୍ୱାମୀ ମାଂ ଶୁଚ",
ଅବଶ୍ୟମ୍ଭାବୀ..!!
ଶ୍ରୀମଦ ଭାଗବତ ଗୀତାର
ସାର ମର୍ମ, ଅଭେଦ୍ୟ ବାଣୀ,
କାଳୋପଯୋଗୀ,
କାଳରୁ କଳାନ୍ତର
ସେ ସମ୍ଭବାମି,ଯୁଗେ ଯୁଗେ'
ପୁନଃରପି ଜନନମ୍,
ପୁନଃରପି,ମରଣମ୍,
ପୁନଶ୍ଚ,ମୋକ୍ଷୟ ସ୍ୱାମୀ..!!
ପୁନଃରପି ଶରଣମ, ନିରନ୍ତର..
ପୁନଃତଃ,ଅବିରତ,ଚରୈବତି..!!!

