STORYMIRROR

Hrusikesh Mishra

Fantasy Others

3  

Hrusikesh Mishra

Fantasy Others

ସପନ

ସପନ

1 min
4.3K


ସ୍ବପ୍ନ ଦେଖିଥିଲି ବଡ଼ ହୋଇ ଦିନେ

ମଣିଷଟେ ହେବି ବୋଲି,

ଜୀବନ ଯୁଦ୍ଧରେ ସ୍ଵପ୍ନ ଦେଖୁ ଦେଖୁ

ପରାଜିତ ହୋଇ ଗଲି।

ମୋ ଜୀବନେ ଦିନେ ଆସିଲା ସପନେ

ମୋ ଗାଁଆର ଚାଟଶାଳୀ,

ବଡ଼ ହୋଇ ମୁହିଁ ଯିବି ଚାଟଶାଳୀ

କରିଥିଲି କେତେ ଅଳି।

ଚାଟଶାଳୀ ଗଲା ଅଜଣା ରାଇଜେ

ଆୟୁ ସୂର୍ଯ୍ୟ ଗଲା ଗଡି,

ସମୟର ସ୍ରୋତ ସପନ ସବୁ କୁ

ଭାଙ୍ଗୁଥିଲା ମୋଡ଼ି ମାଡି।

ଯୌବନ ବେଳରେ କାମ ଲାଳସାରେ

ସପନେ ଯିଏ ଆସିଲା,

ବାସ୍ତବ ଜୀବନେ ସେ ସ୍ଵପ୍ନ ରୂପସୀ

ମରୁ ମରୀଚିକା ଥିଲା।

ଶୁଭ ପରିଣୟ ହେଲା ମୋ ଯେ ଦିନ

ସପନେ ହଜିଲା ମତି,

ଆଗାମୀ ବଂଶର ସ୍ଵପ୍ନ ଦେଖୁ ଦେଖୁ

ଏ ଜୀବନ ଗଲା ବିତି।

ବାର୍ଦ୍ଧକ୍ୟରେ ମୋର ସ୍ୱପ୍ନର କୁମାର

ସେବା ପାଇବାର ଆଶା,

ସେସବୁ ସପନ ସ୍ଵପ୍ନ ହୋଇ ମୋର

ଜୀବନେ ଦେଲା ନିରାଶା।

ମଣିଷ ଜୀବନ କେବଳ ସପନ

ଆଶା ନିରାଶାର ଖେଳ,

ସେ ସବୁ ସପନ ସାଉଁଟୁ ସାଉଁଟୁ

ସରିଯାଏ ଏଠି ବେଳ।

ଶୟନରେ ମନ ଭଜେ ହରିନାମ

ସପନରେ ଦେଖି ହରି,

ଜାଗରଣେ ସେହି ସ୍ଵପ୍ନକୁ ସୁମରି

ଏ ଜୀବନ ଯାଉ ସାରି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy