STORYMIRROR

Hrusikesh Mishra

Others

2  

Hrusikesh Mishra

Others

ଜୀବନ ସାଥି

ଜୀବନ ସାଥି

1 min
6.5K


କଥା ଦିଅ ବନ୍ଧୁ ରାଗିବନି କେବେ

ମନେଇବା ମତେ ଆସେନି

ଭୁଲ କରିଦେଲେ କଥା ଧରିବନି

ପିଲାଳିଆମୀ ମୋ ଯାଇନି।


ଯେଦିନ ଗୋ ତୁମେ ଆସିଲ ଜୀବନେ

ଲାଗେ ପାଇଗଲି ସବୁ,

ମୋ ରାଣ ରହିଲା ଶୁଣ ଲୋ ସଜନୀ

ଛାଡି କେବେ ତୁ ନ ଯିବୁ।


ଜୀବନ ଜଞ୍ଜାଳ ନାହିଁ ଥଳକୂଳ

କେବେ ଉଠେ କେବେ ପଡେ,

ଉଠି ପଡି ନୀତି ଚାଲୁଥାଇ ବୋଲି

ଏ ଜୀବନ ସାଥି ଲୋଡ଼େ।


ହୋଇ ଅର୍ଦ୍ଧାଙ୍ଗିନୀ ରହିଥାଅ ତୁମେ

ଜୀବନ ଯାତ୍ରାରେ ମୋର,

ସୁଖ ଦୁଃଖ ସବୁ ସମାନ ହୋଇବ

ରହିଥିଲେ ସାଥେ ତୋର।


କଥା ଦିଅ ବନ୍ଧୁ ଭଜି କୃପାସିନ୍ଧୁ

କାଟୁଥିବା ଆମେ ଦିନ

ସାହା ଯେ ହୋଇବେ ଜଗତର ନାଥ

ଶ୍ରୀଚରଣେ ଥିଲେ ମନ।


ମିଶ୍ର ହୃଷିକେଶ

ଖଲ୍ଲିକୋଟ, ଗଞ୍ଜାମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍