STORYMIRROR

Hrusikesh Mishra

Inspirational Others

3  

Hrusikesh Mishra

Inspirational Others

ତଥାପି ମୋ ଗାଁଆ ହସୁଛି

ତଥାପି ମୋ ଗାଁଆ ହସୁଛି

2 mins
13K


କୁଆଁ ତାରା ହେଲା ଦିବସ ସପନ

ସକାଳୁ କି ନିଦ ଭାଙ୍ଗୁଛି,

ଗାଁଆର ଗୃହିଣୀ ହୋଇ ସାହେବାଣୀ

ପୁରୁଣା କଥାକୁ ଭୁଲିଛି,

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୧।।

ଆଧୁନିକତାର ଦୂର ଦିଗବଳୟେ

ଗାଁଆ ପରମ୍ପରା ହଜିଛି,

ଧରଣୀ ମାଆଟା ସର୍ବଂସହା ସାଜି

କେତେ ଦୁଃଖ କଷ୍ଟ ସହୁଛି।

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୨।।

ନଦୀ ତୁଠ ପରେ ହଳଦୀ ଦିଶୁନି

ଘାଟ ଖାଲି ଖାଲି ଲାଗୁଛି,

ମୋଡେର୍ଣ୍ଣ ଯୁଗର ବୋହୁ ଆଜିକାଲି

ବାଥରୁମ ଗାଧୁଆ କରୁଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୩।।

ତୁଳସୀ ଚଉରା କଅଣ ବୋଲି କି

ବୋହୁ ଯେତେବେଳେ କହୁଛି,

ମୋ ଗାଁଆର ବେନି ନୟନରୁ ଅଶ୍ରୁ

ଅବିରତ ଗଡି ଯାଉଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୪।।

ଗାଁ ଚାଟଶାଳୀ କୋଠା ଘର ହୋଇ

ଇଂରାଜୀ କହିବା ଶିଖୁଛି

ଖଡି ସିଲଟକୁ ଛାଡି ଆଜି କାଲି

ପିଲାଙ୍କୁ ଟାବଲେଟ୍ ମିଳୁଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୫।।

ଚଷା ପୁଅ ଯେବେ ଟଙ୍କାର ଲୋଭରେ

କୁଳ ବେଉସାକୁ ଭୁଲିଛି

ବୁଢା ବାପ ତାର ଧାନ ଚାଷ କରି

ଘରକୁ ଅଗାଡି ଆଣୁଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୬।।

ଗାଁଆ ସେବାୟତ ସେବାକୁ ପାସୋରି

ସର୍କାରୀ ଅଫିସ ଯାଉଛି,

ସରକାରୀ ନୀତି ନିୟମ ପାଇଁ କି

ବ୍ରାହ୍ମଣ କରଣ ମରୁଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୭।।

ଗାଁଆର ପୁଅଟେ ସହରକୁ ଆସି

ଚାକିରୀ ବାକିରୀ କରୁଛି

ଚାକିରୀ କରିଛି ବୋଲି ସେ କୁଆଡେ

ନୈତିକତା କୁ ତା ହାରିଛି।

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୮।।

ଆଉ ଖରାବେଳେ ଗାଁଆ ର ମଝିରେ

ତାଆସ ଖେଳ କି ହଉଛି,

ଜୀବନ ବିକଳେ ବୁଢା ବାପା ମାଆ

ଏକାଠି ବସି କି କାନ୍ଦୁଛି।

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୮।।

ସେହି ବାପା ମାଆ କାନ୍ଦି କାନ୍ଦି ମରେ

ଫେରିବା ପୁଅକୁ ଚାହିଁଛି,

ଆଖି ଲୁହ ଆଉ ଛାତି କୋହ ଭୁଲି

ପୁଅକୁ ଆଶିଷ ଦଉଛି।

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୯।।

ଛାଡି ନିଜ ଗାଁଆ ଆସିଲି ମୁଁ କିଆଁ

ଅଶାନ୍ତି ରି ଶାନ୍ତି ଖୋଜୁଛି

ଅଧମ ମୁଁ ପରା ମିଶ୍ର ହୃଷିକେଶ

କପାଳରେ କର ତାଡୁଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।। ।।୧୦।।

ଏଇଠି ରଖିଲି ପ୍ରିୟ ବନ୍ଧୁଗଣ

ଆଉରି ଲେଖା ତ ଚାଲିଛି

କେତେ ଚେଷ୍ଟା କଲେ ଶୀଘ୍ର ସାରିବାକୁ

ଗାଁଆ ର କଥା କି ସରୁଛି

ତଥାପି ମୋ ଗାଁଆ ହସୁଛି।

ତଥାପି ମୋ ଗାଁଆ ହସୁଛି।।

ଆଗକୁ.......


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational