STORYMIRROR

Hrusikesh Mishra

Others

3  

Hrusikesh Mishra

Others

ହୃଦୟ ଦୀପାଳି

ହୃଦୟ ଦୀପାଳି

1 min
13.7K


ହୃଦୟ ଦୀପାଳି ଜାଳିଦିଅ ବନ୍ଧୁ

ମନକୁ ସଳିତା କରି ,

ଲୋଭ, ମୋହ ମାୟା ହିଂସା ଓ କ୍ରୋଧକୁ

ଅଜାଡ଼ ହେ ଘିଅ କରି।

ମନ ସଳିତାରେ ପୋଡି ଯାଉ ସବୁ

ପରଶ୍ରୀକାତର ଭାବ,

ଯେତେ ଦିନ ଥିବ ପ୍ରଭୁଙ୍କୁ ଭଜିବ

ମନରେ ଶାନ୍ତି ପାଇବ।

ଏହି ଦୀପାଳିରେ ମନର ସଫେଇ

କର ତୁମେ ବନ୍ଧୁ ମୋର,

କିଏ ବା ଜାଣିଛି ଆସନ୍ତା ଦୀପାଳି

କାଳେ କରିଦେବ ପର।

ମଣିଷ ଜୀବନ ଦୀପ ଶିଖାଟିଏ

ଜଳି ଜଳି ଯାଏ ସରି,

କେବେ ଚାଲିଯିବ ଚିର ନିଦ୍ରା ପଥେ

ଖାଲି ଦୀପାଳୀଟେ ପରି।

ଘୃତ ପୂର୍ଣ୍ଣ ଦୀପ ଶିଖାଟିଏ ପରି

କରିଯାଅ ପୁଣ୍ୟ କର୍ମ

ନିଜେ ଜଳି ଜଳି ଅନ୍ୟକୁ ଦେଖାଅ

ଜୀବନର ସାର ମର୍ମ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍