STORYMIRROR

Hrusikesh Mishra

Inspirational

4  

Hrusikesh Mishra

Inspirational

ଅପ୍ରିୟ ବାସ୍ତବତା

ଅପ୍ରିୟ ବାସ୍ତବତା

1 min
499

ସହଜ ସୁନ୍ଦର ସହୋଦର ଡାକ

ସହରେ କି ତାହା ମିଳିବ

ସରଳ ସୁନ୍ଦର ଗିରିବନ ଭୂଇଁ 

ଧରାଶାୟୀ ଯେବେ ହେବ।


ସରଳ ହୃଦୟ ସାତପର ହେବ

ସତ ସବୁଯିବେ ଭୁଲି

ସାତ ଦିନ ସାତ ରାତି କହୁଥିବେ 

ମିଛ ସବୁ ବୁଲି ବୁଲି  ।


ସଧବା ବିଧବା ଏକାକାର ହେବେ

ଶୁଭ୍ର ପରିଧାନ କରି

ସଂସ୍କୃତି ହଜିବ ଆଧୁନିକତାର 

ଶାମୁକାରେ ମୁକ୍ତା ପରି ।


ସଠଣା ହୋଇବ ସୁଦ୍ଧ ଭାଷା ପୁଣି

ସଭିଏଁ ଗାଇବେ ତାହା

ଶାନ୍ତି ଖୋଜୁଥିବେ ଅଶାନ୍ତି ମନରେ

ସିକ୍ତ ଚକ୍ଷୁ ଧରି ଯାହା ।


ସିନ୍ଦୁରା ଫାଟିଲେ ଦିନ ଆରମ୍ଭିବେ 

ଭୁଲି ସବୁ ରୀତିନୀତି

ସମ୍ପର୍କ ରେ ଡୋରି ବନ୍ଧା ହୋଇଯିବ

ଶସ୍ତା ହେବ ଭାଵପ୍ରୀତି ।


ବେଳ ଥାଉ ଥାଉ ହୁଅ ହୁସିଆର

ସମୟ ଯାଉଛି ବିତି

ନୋହିଲେ କାନ୍ଦିବ ଝୁରି ମରୁଥିବ

ଦୁଃଖେ ପାଉଥିବ ରାତି ।


ଶୁଣ ବାଇମନ ଦେଇ ମନକର୍ଣ୍ଣ

ସହର ପୀରତି ଭୁଲ

ସରଳ ସୁନ୍ଦର ଗାଁ କୁ ଗଢିବା

ସଭିଏଁ ଲେଉଟି ଚାଲ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational