STORYMIRROR

Hrusikesh Mishra

Romance

3  

Hrusikesh Mishra

Romance

ବାସର ରାତି

ବାସର ରାତି

1 min
14.6K



କେତେ ରାତି ତୁମ ଜୀବନେ କଟିଲା

ରଖିଚ କି ତାକୁ ମନେ,

କେଉଁ ରାତି ତୁମ ସ୍ମୃତି ପାଲଟିଲା

କହିଦିଅ ଥରେ କାନେ।


ସବୁ ରାତି ପରି ସେଦିନ ରାତିଟା

କଟିଲାକି ନୀରବରେ

ଅବା ସେ ରାତିରେ ମଧୁର ସମ୍ପର୍କ

ଗଢିଲ ପ୍ରିୟା ସାଥିରେ।


ଅନୁଭୂତି ଟିକେ ବାଢିବକି ସାଥି

ପାଇଲ ଯାହା ସେଦିନ,

ପ୍ରିୟ ର ପ୍ରଥମ ପରଶ ରେ ତୁମ

କାମେ ପୁରିଲା କି ମନ।


କାମନା ନିଆଁ ରେ ଜଳିଲ କି ତୁମେ

ରଜନୀ ଗନ୍ଧା ଶେଯରେ,

ହସିଲ ନା ତୁମେ କାନ୍ଦିଲ ଯେ କୁହ

ପ୍ରିୟ କୁ ପାଇ ପାଖରେ ।


ହେଲା କି ସେ ରାତି ଜୀବନର ସ୍ମୃତି

ମନେ ଥିବ ସବୁ ଦିନେ,

ଫୁଲର ଶେଯ କି ମନ ମୋହିନେଲା

କହିଦିଅ ଥରେ କାନେ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance