STORYMIRROR

Hrusikesh Mishra

Others

2  

Hrusikesh Mishra

Others

ତଥାପି ଏଠି ବଞ୍ଚିଛି

ତଥାପି ଏଠି ବଞ୍ଚିଛି

1 min
12K


ଦୁନିଆଟା ସାରା କଙ୍କାଳର କୋଠି

ଅବାସ୍ତବ ସବୁ କିଛି,

ଆଶାର ସାଗର କରିବାକୁ ପାର

ତଥାପି ଏଠି ବଞ୍ଚିଛି ।

ମନର ଲାଳସା କହିବାକୁ ଭାଷା

ନାହିଁ ମୋ ପାଖରେ ଆଜି,

ସେ ନାହିଁ ମଧ୍ୟରେ ହଅଁ ସନ୍ଧାନରେ

ତଥାପି ଏଠି ବଞ୍ଚିଛି।

ବଞ୍ଚିବାର ସବୁ କାରଣ ତୁ ମୋର

ତୋ ବିନା ନାହିଁଟି କିଛି,

ତୋର ଚରଣରେ ଆଶରା ଆଶାରେ

ତଥାପି ଏଠି ବଞ୍ଚିଛି।

ଦୟା କରିବୁରେ ଜଗତ ଠାକୁର

ମନେ ତୁ ନ ଭାବି କିଛି,

ତୋର ଦୟା ଟିକେ ପାଇବାକୁ ସତେ

ତଥାପି ଏଠି ବଞ୍ଚିଛି।

ନ ମାଗି ପାଇଛି ଏଠି ସବୁ କିଛି

ଆଉ ନ ମାଗିବି କିଛି,

ମାଗିବି ବୋଲି ମୋ ମନେ ନାହିଁ କିଛି

ତଥାପି ଏଠି ବଞ୍ଚିଛି।

ଭାଷେ ମୁଁ ତୋ ଦାସ ମିଶ୍ର ହୃଷିକେଶ

ତୋ ପ୍ରେମେ ବନ୍ଧା ପଡିଛି।

ଦବୁ କି ନ ଦବୁ ସବୁ ତୋର ଇଛା

ତଥାପି ଏଠି ବଞ୍ଚିଛି।

ତଥାପି ଏଠି ବଞ୍ଚିଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍