STORYMIRROR

SUJATA DAS

Abstract Others

4  

SUJATA DAS

Abstract Others

ସପନ

ସପନ

1 min
277


ଭାବିଥିଲି ମନେ

  ହଜେଇ ଦେବିନି

    ଜୀବନ ପଥରେ କିଛି

କେମିତି କେଜାଣି

  ହଜିଗଲା କାହିଁ

    ସପନର ମହୁମାଛି।

ଉଡିଗଲା କି ସେ

  କେଉଁ ଉପବନେ

     ସୁଗନ୍ଧର ସମ୍ମୋହନେ

ଭୁଲିଗଲା ପ୍ରୀତି

   ସ୍ମୃତି ଅନୁଭୂତି

      ରୁଷିଲା କି ଅଭିମାନେ।

ହୃଦ ଉପବନ

  ଲାଗେ ବାସହୀନ

     ଶୁଷ୍କ ମନ ପାରିଜାତ

ଝୁରେ ମଧୁବନ

  ହୃଦ କୁଞ୍ଜବନ

    ଗାଏ ବିରହ ସଙ୍ଗୀତ।

ଶୁଭେନାହିଁ ଆଉ

   ଗୁଣୁ ଗୁଣୁ ତାର

     ପ୍ରଣୟର ମଧୁଗୀତି

ନୀରବ ନିଶ୍ଚଳ

  ମୋ ଭାବ ଦୁନିଆ

    ଝରେନାହିଁ ମିଠା ପଂକ୍ତି।

ଉଇଁଗଲା ବୋଧେ

   ଆଉ କା ଆକାଶେ

    ଚାନ୍ଦ ସାଜି ହୃଦୟର

ଭିଜିଗଲା ବୋଧେ

  ମଧୁ ଜୋଛନାରେ

    ରଚି ରଙ୍ଗ ଅଭିସାର।

ହାରୁ ହାରୁ କେବେ

  ଜିତି ହେଇଯାଏ

    ହୃଦୟ ପାରେନି ବୁଝି

ଲୁହ ପୁଣି କେବେ

  ଫୁଲ ହୋଇ ଫୁଟେ

    ଜୀବନ ସଂଗ୍ରାମେ ଜୁଝି।

ଅବୁଝା ହୃଦୟ

  ଲୁହ ବି ଅବୁଝା

    ସପନେ ଅୟୁତ ତୃଷ୍ଣା

ଯେତେ ଦୂରେ ଥିଲେ

   ମନ ଜାଣିପାରେ

     ସମ୍ପର୍କର ମିଠା ବାସ୍ନା।


Rate this content
Log in

Similar oriya poem from Abstract