ସପନ ଚାହାଣି ଆସୁ ରୂପକୁ ଦେଖାଇ
ସପନ ଚାହାଣି ଆସୁ ରୂପକୁ ଦେଖାଇ
ସପନ ଚାହାଣି ଆସୁ ରୂପକୁ ଦେଖାଇ
ଭାବିଛୁ ଗୋରୀ ଲୋ ଦେବୁ ପୀରତି ଚଖାଇ
ସପନ ଚାହାଣି ଆସୁ ରୂପକୁ ଦେଖାଇ ! ୦ !
ଫୁଲର ଶେଯରେ ତତେ ଶୁଆଇ ହାଜର
ହଜାର କାହାଣୀ ସତେ ଶୁଣାଇ ନିଜର
ସପନ ଚାହାଣି ଆସୁ ରୂପକୁ ଦେଖାଇ ! ୧ !
ବାଉଳା ଓଠରେ ଚିହ୍ନ ମନର ସରାଗ
ରୂପସୀ କଇଁଠି ଜହ୍ନ ନୁହଁଇ ବିରାଗ
ଖୁସିର ନଜର ବନ୍ଦୀ ସତରେ ରଖାଇ
ସପନ ଚାହାଣି ଆସୁ ରୂପକୁ ଦେଖାଇ ! ୨ !
ଜୀବନେ ଅଧିକ ଆଉ କିଛି ମୁଁ ଲୋଡୁନି
ଏମିତି ସହଜେ ବିତୁ ଦିବସ ରଜନୀ,
ମୋହରେ କୋହକୁ ଆଣି ଦିଅନା ଶୁଖାଇ
ସପନ ଚାହାଣି ଆସୁ ରୂପକୁ ଦେଖାଇ ! ୩ !