STORYMIRROR

Sunanda Mohanty

Romance

3  

Sunanda Mohanty

Romance

ଗୋଲାପ

ଗୋଲାପ

1 min
168

ତୁମ ନରମ ପାଖୁଡାରେଏତେ

ଗାଢ଼ ରଙ୍ଗ କିଏ ଭରିଦେଲା ସତେ 

ଛୁଇଁବାକୁ ଡର ଲାଗେ ମତେ 

ମାଳି ବି ସାହସ କରେନା ତୋଳିନେବ ବେତେ 

କେଡେ ମନୋମୁଗ୍ଧକର ତୁମେ ସତେ 

ଅଳ୍ପ ଦିନର ଗଳ୍ପ ଭିତରେ କେବେ ଦେବତାଙ୍କ 

ଶିର ଲାଗି, କେବେ ଶବଧାରେ କେବେ ଫୁଲଦାନୀରେ 

ସଜ ହୁଅ ଭିନ୍ନ ସମ୍ଭାରେ କେତେ 

ଝରିଯିବା ଆଗରୁ କାହାକୁ ଭଲପାଅ କହିବକି ମତେ 

ତୁମ ଅନ୍ତରାତ୍ମା ଭିତରେ ହସ ନା ଅଶ୍ରୁ 

ଦେଖେଇ କି ପାର କାହାକୁ କେତେ 

ମତେ ଲାଗେ ତମ ପ୍ରତ୍ୟକ ପାଖୁଡାର 

ସ୍ନେହ ପରସରେ ସାନ୍ନିଧ୍ୟ ଚାହାଁନ୍ତି କିଏ କେତେ 

କହିବକି ସବୁଠୁ ପ୍ରିୟ ତୁମର କିଏ କେତେ? 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance