ଗୋଲାପ
ଗୋଲାପ


ତୁମ ନରମ ପାଖୁଡାରେଏତେ
ଗାଢ଼ ରଙ୍ଗ କିଏ ଭରିଦେଲା ସତେ
ଛୁଇଁବାକୁ ଡର ଲାଗେ ମତେ
ମାଳି ବି ସାହସ କରେନା ତୋଳିନେବ ବେତେ
କେଡେ ମନୋମୁଗ୍ଧକର ତୁମେ ସତେ
ଅଳ୍ପ ଦିନର ଗଳ୍ପ ଭିତରେ କେବେ ଦେବତାଙ୍କ
ଶିର ଲାଗି, କେବେ ଶବଧାରେ କେବେ ଫୁଲଦାନୀରେ
ସଜ ହୁଅ ଭିନ୍ନ ସମ୍ଭାରେ କେତେ
ଝରିଯିବା ଆଗରୁ କାହାକୁ ଭଲପାଅ କହିବକି ମତେ
ତୁମ ଅନ୍ତରାତ୍ମା ଭିତରେ ହସ ନା ଅଶ୍ରୁ
ଦେଖେଇ କି ପାର କାହାକୁ କେତେ
ମତେ ଲାଗେ ତମ ପ୍ରତ୍ୟକ ପାଖୁଡାର
ସ୍ନେହ ପରସରେ ସାନ୍ନିଧ୍ୟ ଚାହାଁନ୍ତି କିଏ କେତେ
କହିବକି ସବୁଠୁ ପ୍ରିୟ ତୁମର କିଏ କେତେ?