ପଦଟିଏ ତୋ ନାଁରେ ପ୍ରିୟା ୪୨
ପଦଟିଏ ତୋ ନାଁରେ ପ୍ରିୟା ୪୨


କୁସୁମିତ ବନାନୀର ମାଳ ମାଳ ଶାଳତରୁ ମୂଳେ
କେହି ଜଣେ କାହା ପାଇଁ କେଉଁ କାଳୁ କରିଛି ପ୍ରତୀକ୍ଷା
ଜାଣେ ନାହିଁ, ଜାଣେ କି ନା ନାହିଁ ସିଏ; ଆସିବ ନା ନାହିଁ
ତଥାପି ସେ ତନୁ ମନେ ତା’ରି ପାଇଁ ରଚଇ ତପସ୍ୟା ।
ଶୀତ ଦିନ ସକାଳର ଶାଳତରୁ ଶୃଙ୍ଗାର ମଣ୍ଡପେ
କାକର ଓ କୁହୁଡିର କୁହୁକିତ କେଳିଭବନରେ
ସିତକର ଲାଗେ ସୂର୍ଯ୍ୟ , ସୂର୍ଯ୍ୟରଶ୍ମି ସମାଦୃତ ହୁଏ
କୁଆଁରୀ କୃଶାନୁ ପାଇଁ କଳାବନ୍ତ କୃତାଞ୍ଜଳି କରେ ।
ଶରୀରକୁ ଶୀତ ଛୁଏଁ ଶୂନଶାନ ସରିତ ସରଣୀ
ଲାଲ୍ ଲାଲ୍ ଲତା ଫୁଲ, ଲଳନାର ଲାଲ୍ ଓଠ ଝୁରେ
ଝାଉଁ ବଣେ ଝରିଥିବା ଝାଉଁ ପତ୍ର ଝିମିଟ ଝଲ୍ଲରୀ
ପ୍ରାଣ ପ୍ରିୟା ପଥ ଚାହିଁ , ପ୍ରେମ ଭିକ୍ଷୁ ପଞ୍ଚବାଣ ମାରେ ।
କାଲିକି କାଲିକି କହି କେତେ କାଳ ଦେବ ଯେ ପଇଠି
କେଜାଣି ଆସିବ କି ନା, କାମ ଋତୁ ଯିବ ଅବା କଟି । ।