STORYMIRROR

Amit Bal

Romance

3  

Amit Bal

Romance

(୧୪)#ଗୋଲାପ#ସମ୍ବୋଧନମୂଳକ କବିତା

(୧୪)#ଗୋଲାପ#ସମ୍ବୋଧନମୂଳକ କବିତା

1 min
294

ଆଜି କେମିତି ଏ ଦେହେ ମନେ ସର୍ବାଙ୍ଗେ

       ଖେଳେଇ ଯାଉଛି ଗୋଟେ ଅଜଣା ଶୀହରଣ

ସଜ ଗୋଲାପ ତୋ ସେ ମହ ମହ ବାସ୍ନା

         ନେଇ ଆଣିଛି ସତେକି ମହକିତ ଫଗୁଣ ,


ସମସ୍ତେ ବିଭୋର ଗୋଲାପ ତୋ ପ୍ରେମରେ

        ତୋ ଅନୁରାଗର ଅଦ୍ୱିତୀୟ ଅନୁଭବରେ ,

ତାରୁଣ୍ୟର ଢେଉ ଖେଳରେ ବିମୋହିତ

      ପୁଣି ବିମୁଗ୍ଧ ଆକାଂକ୍ଷିତ ତୋ ରୂପ ରଙ୍ଗରେ ,


ଜଗତେ ତୁ ପ୍ରେମର ପ୍ରତୀକ ଗୋଲାପ 

        ପ୍ରୀତିଭରା ମଧୁବନେ ଅସରନ୍ତି ଆଳାପ,

ମନର ସରସୀରେ ବିଶ୍ୱାସର ପଦ୍ମ

      କୁମାରୀ ଗୀତି କବିତାରେ ନିରବ ସଂଳାପ ,


ଶ୍ରାବଣ ଆଲିଙ୍ଗନେ ତୁ ଆଞ୍ଜୁଳାଏ ଲୁହ

       ପ୍ରତୀକ୍ଷିତ ହୃଦୟର ଧାରେ ଅବୁଝା କୋହ

ଭାବିଥିଲି ମନର ଏ ଧୂସର ମରୁରେ

     ପ୍ରଣୟ ସୁଧା ହୋଇ ବରଷିବୁ କେବେ ଥରେ ,


ମୋ ପ୍ରିୟତମାର ଘନ କୃଷ୍ଣ କବରୀରେ

    ପ୍ରୀତି ମଳୟ ଛୁଆଁଇ ତୋ ଦେହ ସୁବାସରେ

ଉନ୍ମୁକ୍ତ ଯୈ।ବନର ଅମୃତ ପରଷି

      ପରସ୍ତ ପରସ୍ତ ଖୋଲିବୁ ମିଳନ ନିଶିରେ ....।   

        


             


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance