(୧୪)#ଗୋଲାପ#ସମ୍ବୋଧନମୂଳକ କବିତା
(୧୪)#ଗୋଲାପ#ସମ୍ବୋଧନମୂଳକ କବିତା


ଆଜି କେମିତି ଏ ଦେହେ ମନେ ସର୍ବାଙ୍ଗେ
ଖେଳେଇ ଯାଉଛି ଗୋଟେ ଅଜଣା ଶୀହରଣ
ସଜ ଗୋଲାପ ତୋ ସେ ମହ ମହ ବାସ୍ନା
ନେଇ ଆଣିଛି ସତେକି ମହକିତ ଫଗୁଣ ,
ସମସ୍ତେ ବିଭୋର ଗୋଲାପ ତୋ ପ୍ରେମରେ
ତୋ ଅନୁରାଗର ଅଦ୍ୱିତୀୟ ଅନୁଭବରେ ,
ତାରୁଣ୍ୟର ଢେଉ ଖେଳରେ ବିମୋହିତ
ପୁଣି ବିମୁଗ୍ଧ ଆକାଂକ୍ଷିତ ତୋ ରୂପ ରଙ୍ଗରେ ,
ଜଗତେ ତୁ ପ୍ରେମର ପ୍ରତୀକ ଗୋଲାପ
ପ୍ରୀତିଭରା ମଧୁବନେ ଅସରନ୍ତି ଆଳାପ,
ମନର ସରସୀରେ ବିଶ୍ୱାସର ପଦ୍ମ
&n
bsp; କୁମାରୀ ଗୀତି କବିତାରେ ନିରବ ସଂଳାପ ,
ଶ୍ରାବଣ ଆଲିଙ୍ଗନେ ତୁ ଆଞ୍ଜୁଳାଏ ଲୁହ
ପ୍ରତୀକ୍ଷିତ ହୃଦୟର ଧାରେ ଅବୁଝା କୋହ
ଭାବିଥିଲି ମନର ଏ ଧୂସର ମରୁରେ
ପ୍ରଣୟ ସୁଧା ହୋଇ ବରଷିବୁ କେବେ ଥରେ ,
ମୋ ପ୍ରିୟତମାର ଘନ କୃଷ୍ଣ କବରୀରେ
ପ୍ରୀତି ମଳୟ ଛୁଆଁଇ ତୋ ଦେହ ସୁବାସରେ
ଉନ୍ମୁକ୍ତ ଯୈ।ବନର ଅମୃତ ପରଷି
ପରସ୍ତ ପରସ୍ତ ଖୋଲିବୁ ମିଳନ ନିଶିରେ ....।