STORYMIRROR

Jayashree Maharana

Romance

3  

Jayashree Maharana

Romance

ତୁମେ

ତୁମେ

1 min
173

ହୃଦୟତନ୍ତ୍ରୀର ତୁମେ ମିଠାରାଗ

ମନ ଆକାଶର ପୂର୍ଣ୍ଣିମା ଶଶୀ

ଝରିପଡ଼େ ମୋତି ମୋର ଅଗଣାରେ

ଚାହିଁଦିଅ ଯେବେ ମୁରୁକି ହସି।


ଜୀବନ ବୀଣାର ତୁମେ ସାତସୁର

ମୁଁ ଯେ ଭାବମୁଗ୍ଧ ନୀରବ ଶ୍ରୋତା

ପ୍ରତି ମୁହୂର୍ତ୍ତରେ ତୁମ ଗୀତ ଗାଏ

ଲେଖିବସେ କେତେ ପ୍ରୀତି କବିତା ।


ପ୍ରୀତି ଉପବନେ ତୁମେ ବାସଫୁଲ

ମହକେ ବିଭୋର ମୁଁ ପ୍ରଜାପତି

ଭାବନାରେ ଖୋଜେ ମଧୁର ପରଶ

ଆନମନା ହୋଇ ଦିନ ଓ ରାତି ।


ବିଜନ ବେଳାରେ ତୁମେ ନଈଟିଏ

ତୁଠେ ପ୍ରତୀକ୍ଷିତ ବାଟୋଇ ମୁହିଁ

ପୀରତି ବାଆରେ ମୁଗ୍ଧ ହୋଇ ନିତି

ଅନୁଭୂତି ଲୋଡ଼େ ଆଶା ବିଛେଇ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance