STORYMIRROR

Pinku Ranbida

Romance

3  

Pinku Ranbida

Romance

ଜହ୍ନ

ଜହ୍ନ

1 min
194

ଜହ୍ନରେ ତତେ ପୁନେଇଁ ରାଣ

ଖୋଲା ଆକାଶରେ ହେଇଜା ଲୀନ

ଆଜି ମୋ ପ୍ରିୟାକୁ ଉପହାର ଦେବି

ତାକୁ ଭଲ ପାଏ ବୋଲି କହିବି ll


କହିବାକୁ ଚାହୁଁଥିଲି କେତେ ଥର

କହିଁ ପାରୁନଥିଲି ଲାଗୁଥିଲା ଡର

ଆଜି ଡାକିଛି ମୁଁ ରାତି ଅନ୍ଧାରରେ

ସମୟ ପାଖା ପାଖି ରାତି ବାରଟାରେ ll


ହଁ କହିଛି ଆସିବି ବୋଲି

ମନେ ମନେ ଭାରି ଖୁସି ମୁଁ ହେଲି

ଜହ୍ନରେ ତତେ କଇଁର ରାଣ

ଲୁଚିଯିବୁ ନକରି ମୋ ପ୍ରିୟାକୁ ହଇରାଣ ll


କହିଛି କାହାକୁ ଡାକିବନି ବୋଲି

ଏକାକି ଆସିବ ନ ହେଲେ ତୁମକୁ ଦେବି ଗାଲି

ବହୁତ୍ କଷ୍ଟ ପରେ ତାହାକୁ ପାଇବି

ଯାହାକୁ ମୋ ମନକଥା କହିବି ।।


ହାତ ଯୋଡି ତତେ ନିବେଦନ କରୁଛୁ

ଲୁଚିଯିବୁ ଜହ୍ନ ରାତିର ରାଣ ଦେଉଛୁ

ସତରେ ଯଦି ତୁ ପ୍ରେମ କରିଥିବୁ

ମୋ ପ୍ରଥମ ପ୍ରେମକୁ ସାକ୍ଷୀ ତୁ ରହିଥିବୁ ।।


ଲୁଚିଛପି ସବୁ ତୁ ଦେଖୁଥିବୁ

ବାହାରକୁ ଭୁଲରେ ନ ବାହାରିବୁ

ଜହ୍ନରେ ତତେ ରହିଲା ରାଣ

ମୋ ପ୍ରେମକୁ ଅମର କରିଦେବୁ ସାରା ଜୀବନ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance