STORYMIRROR

Aparti Charan Sethi

Romance

4  

Aparti Charan Sethi

Romance

ଫୁଲ କହେ

ଫୁଲ କହେ

1 min
337


ପବନଟା ମୋତେ ଚୂମାଟି ମାଗୁଛି

 (ଏଣେ)ଭ‌ଅଁରଟା ଯିବ ରୁଷି,

ମନା କରିଦେଲେ ଚଗଲା ପବନ

  ଝାଡି ଦେବ ମୋତେ ଆସି।

ମେଘ ଏଣେ‌ ମୁହଁ ବୁଲାଏ ମୋଠାରୁ

   କହୁନାହିଁ ପଦେ ହସି,

କାହାକୁଦେବିମୋ ଗୋଟେବୋଲିମନ

    କରିବି କାହାକୁ ଖୁସି।

ଆସିଥିଲା ଯେଣୁ ରସିକ ଭ‌ଅଁର

   ରାଣ ଦେଇ ଯାଇଅଛି,

ସକାଳୁ ଗଲାଣି ସଞ୍ଜ ବୁଡିଲାଣି

   ଏ ଯାଏ କାହିଁ ରହିଛି !

ଅଝଟ ମେଘଟା ବରଷି ଯିବ ସେ

   ବାରମ୍ବାର ଡର‌ଉଛି,

କୋମଳ ଦେହ ମୋ ଛୁଇଁବା ପାଇଁକି

   ଭାରି ବ୍ୟସ୍ତ ହେଉଅଛି।

ବିରହରେ ଜଳି ବୁକୁରେ ବେଦନା

   ନିଆଁ ମୋର ଲାଗିଲାଣି,

ରସିକ ନାଗର ସେ କଳା ଭ‌ଅଁର

   ଆଉ କାରେ‌ ଖୋଜିଲାଣି।

ଭରଷା ପାଉନି ଦୁଷ୍ଟ ବରଷା‌କୁ

   ମୋତେ ମ‌ଉଳାଇ ଦେବ,

ଚାଲାଖି ପବନ ଭାବୁଛି ମୋଠାରୁ

   ବାସନା‌ ଉଡେଇ‌ ନେବ। 

ଦେବାପାଇଁ କେବେ ମନା ମୁଁ କରୁନି

   ମୋ ସାଇତା ମନଟିକୁ,

ପହଞ୍ଚି ପାରୁନି‌ ଶେଷ ନିଷ୍ପତ୍ତିରେ

    ଦୃଢ଼ କରି ମନଟିକୁ।

ତଥାପି ଭ‌ଅଁର ମୋର ଆପଣାର

   ମଧୁ ନେଇ ପ୍ରିତୀ ଦିଏ,

ପବନକୁ କିବା କରିବି କି ପର

   ବାସ୍ନା ମୋ ବିତରି ଥାଏ।

ବରଷା‌ କାକର ବିନ୍ଦୁରେ ସିନା ମୁଁ 

   ଫୁଟି ଆଜି ମହକୁଛି‌,

କେମିତି ମେଘକୁ ନାଇଁ କରିଦେବି

   ସେଇ କଥା ଭାବୁଅଛି‌।

ଦରଦି କବିଟି‌ ମୋ ପାଖକୁ ଆସି

   ଶୂନ୍ୟତାକୁ ଚାହୁଁ ଥାଏ,

କାଗଜ କଲମେ‌ ପ୍ରେମ ଲେଖେ ସିନା

   କିନ୍ତୁ ସେ ପ୍ରେମିକ ନୁହେଁ।

ପ୍ରେମର ଅମୃତ ମଧୁ ପରଶିବା

   ପାଇଁ ମୁହିଁ ଫୁଟିଅଛି‌,

ନେଲାବାଲା‌ ବାବୁ ମୋ ପାଖକୁ ଆସ

   ଯୌବନେ‌ ତନୁ ଭରିଛି।

ମଳିମକଚି‌ ହେ ଦିଅ ନାହିଁ ମୋତେ

    କହିଛି ମୁଁ କେତେ ଥର,

ହେଲେମନନୁହେଁମୋକୋମଳଦେହେ‌

    ସଭିଙ୍କ ପରା ନଜର।

ତେଣୁ ମନଦେଇ ଦେହେ ଦାଗ ନେଇ

    ବଞ୍ଚିବାକୁ‌ ଚାହେଁ ନାହିଁ,

ଶେଷ ଇଚ୍ଛା ମୋର ଦେବତା ପାଦରେ

    ଯେମିତି ଲାଗିବି‌ ମୁହିଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance