STORYMIRROR

Samar Ballav Bhoi

Romance Inspirational

3  

Samar Ballav Bhoi

Romance Inspirational

ଗୋଲାପ

ଗୋଲାପ

1 min
197


ହେ ଗୋଲାପ ତୁମେ! ଫୁଲର ରାଣୀ

ସୁନ୍ଦରୀ ଗୋ ତୁମ ଅପରୂପା ଚାହାଣୀ

ପ୍ରେମିକା ଓ ପ୍ରେମିକର ମନ ନିଅ କିଣି

ଭାବନାରେ ଛନ୍ଦି ହୃଦୟକୁ ନିଅ ଜିଣି

ପୁଣି ଲେଖିଦିଅ ପ୍ରେମର କା‌ହାଣୀ।।


ହେ ଗୋଲାପ କୁହ ତୁମେ!

ତୁମେ ପ୍ରେମୀ ନା ପ୍ରେମର ପ୍ରତୀକ 

ବିରହୀ ପ୍ରେମିକର ଅଭୁଲା ସନ୍ତକ

ତୁମ ପାଇଁ ସ୍ମୃତି ସବୁ କରନ୍ତି ବିଳାପ

ମନ ଉଦ୍ୟାନେ ତୁମେ ଛାଇର ଝଲକ।।


ହେ ଗୋଲାପ ତୁମେ! 

ବସନ୍ତର ମୃଦୁ ମଳୟର ବାହକ 

ଶ୍ରାବଣ ସନ୍ଧ୍ୟାର ଉଜ୍ଜଳ ମହକ

ପ୍ରେମ ବନ୍ଧନର ମିଠାର ସୁଗନ୍ଧ 

ପ୍ରୀତିଗନ୍ଧା ସୁଗନ୍ଧ ସୁରଭି ଚମକ।।


ହେ ରୂପସୀ ଗୋଲାପ ତୁମେ!

ଆଖିରେ ଝଲସି ଯାଏ ତୁମ ରୂପ ଶୋଭା

ସ୍ରଷ୍ଟାର ସୃଷ୍ଟିରେ ତୁମେ ଅପରୂପା

ତୁମ ଦେହ ରଙ୍ଗ ସୁନ୍ଦରୀ ସୁଲଗ୍ନା

କବିର କବିତାରେ ତୁମେ ହିଁ ପ୍ରତ୍ୟାଶା।


ହେ ଗୋଲାପ ତୁମେ ! ପ୍ରକୃତି ସୁନ୍ଦରୀ

ଯିଏ ଥରେ ଦେଖେ ତୁମ ସୌନ୍ଦର୍ଯ୍ୟ ଚାତୁରୀ

ପ୍ରେମରେ ହୋଇଯାଏ ଜାଗ୍ରତ ପ୍ରହରୀ

ତୁମ ଦେହ କଣ୍ଟା ଲାଗେ ଅତି ଭୟଙ୍କରୀ

ତଥାପି ତୁମେ ଅଟ ପ୍ରେମ ବିଶ୍ୱାସ ସୁନ୍ଦରୀ।।




ഈ കണ്ടെൻറ്റിനെ റേറ്റ് ചെയ്യുക
ലോഗിൻ

Similar oriya poem from Romance