STORYMIRROR

Sanuja Meghamala

Romance

4  

Sanuja Meghamala

Romance

ସପନ ବଣିକ

ସପନ ବଣିକ

1 min
386


ପ୍ରଥମ ପ୍ରେମର ରାଗ ଅନୁରାଗ

ଦେହେ ତୋଳେ ଶିହରଣ

ସେ ପ୍ରେମ ପୁଲକ ତା ମିଠା ମହକ

ଭୂଲି ପାରେ ନାହିଁ ମନ ।

ସପନ ବଣିକ ସପନ ରେ ଆସି

ସପନେ ହଜେଇ ଦିଅ

ଗହନ ନିଦରେ ଆଖି ମୁଦି ହେଲେ

ଚୁପି ଚୁପି କଥା କୁହ ।

ସପନେ ହସାଇ ସପନେ କନ୍ଦାଇ

ନିମିଷେ ନିଜର କର

ପକ୍ଷୀରାଜ ଚଢ଼ି ଉଡ଼ିବୁଲେ ମନ

କାହିଁ ଅବା କେତେ ଦୂର।

ସ୍ବପ୍ନ ଆକାଶର କୁହୁକ ଚାନ୍ଦ ଗୋ

ମଧୁଜ୍ୟୋତ୍ସ୍ନା ଢାଳିଦିଅ

ମନର ମରୁରେ ମରୀଚିକା ସମ

ଦେଖାଦେଇ ଲୁଚିଯାଅ ।

ସ୍ୱପ୍ନର ସାଗର କୂଳେ ବସି ନିତି

ବାଲିଘର ଗଢ଼ୁଥାଏ

ସମୟ ଜୁଆର ନିର୍ଦ୍ଦୟ ନିଷ୍ଠୁର

ସେ ଘରକୁ ଭାଙ୍ଗିଦିଏ। 

ନିଦ ଭାଙ୍ଗି ଗଲେ ସ୍ବପ୍ନ ଭାଙ୍ଗିଯାଏ

କାହାଣୀ ରହେ ଯେ ଅଧା

ଅଧା ଲେଖା ସେହି କାହାଣୀର ସ୍ମୃତି

ମନେ ଭରିଦିଏ ବ୍ୟଥା।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance