STORYMIRROR

Kalpana Satpathy

Classics Fantasy

4  

Kalpana Satpathy

Classics Fantasy

ସୋରିଷ ଫୁଲ

ସୋରିଷ ଫୁଲ

1 min
318

ପ୍ରକୃତି ରାଣୀର ବର୍ଣ୍ଣାଢ଼୍ୟ ଶୋଭାର ଗନ୍ତାଘର

ଏ ବିଲ ପ୍ରାନ୍ତରର ଖୁସି ବାସିଆ ଫୁଲଟିଏ

ମୁଁ କ୍ଷେତର ଫୁଲ ସୋରିଷ ଫୁଲ

ଲକ୍ଷ୍ମୀ ମା ଆବାହନେ ମୁଁ ଲାଗିବି

ଭରିଛି ମୋ ମନେ ଖୁସି

ଆସିଅଛି ମାର୍ଗଶୀର।

ଭରି ଦେବି ମା ମନେ ଶାନ୍ତିର ପ୍ରତୀକ

ଚଷା ଭାଇ ନିତି ଦେଖି

ଗାଉଥିବ ଗୀତ ମନ ମତାଣିଆ

ମୁଁ ଉତ୍ତରା ପବନେ ନାଚଥିବି ଢଳି ଢଳି

ହଳଦୀ ବସନ ପିନ୍ଧି ବାହାରି ମୁଁ ଲାଗି ହେବି

ମା ପାଇଁ ହେବି ଧନ୍ୟ

ଏ ମର୍ତ୍ତ୍ୟଲୋକର ବାତାବରଣରେ

ସବୁପାପ ଯିବ ଧୋଇ

ଆଜି ପରା ଆସିଅଛି

ମାର୍ଗଶୀର ମାସର ଗୁରୁବାର ll


Rate this content
Log in

Similar oriya poem from Classics