ସଞ୍ଜ ନଇଁଲାଣି
ସଞ୍ଜ ନଇଁଲାଣି
ପ୍ରଣୟ ତଟିନୀ ତୀରେ ପ୍ରିୟତମା
ମଳୟର ଅନୁରାଗ
ନିଜଦେହେ ନିଜେ ବେଳିବି ଭାବୁଛି
ବିରହ ବିଭୋର ରଙ୍ଗ I
ଜହ୍ନକୁ ମାଗିବି ଜେଛନା ଟିକିଏ
ଗଛକୁ ମାଗିବି ଛାଇ
ତୁମେ ଚାଲିଯିବ ଆଖି ଉହାଡକୁ
କିଛି ଭାବି ପାରୁନାହିଁ I
ବନ୍ଧନର ଡୋରୀ ଛିଡାଇ ଦେବାର
ଶକ୍ତି ବା ପାଇବି କାହୁଁ
ସତେ କଣ ପୁଣି ଢାଳିବାକୁ ହେବ
ଲୁହ ବଦଳରେ ଲହୁ I
କେତେ ଲମ୍ବା ରାସ୍ତା ଚାଲି ସାରିଲିଣି
ପାଦ ହୁଏ ଟଳ ମଳ
ସେପାଇଁ ଭାବୁଛି ଆସିଗଲା ବୋଧେ
ରାସ୍ତା ଶେଷହେବା ବେଳ I
ପ୍ରେମ ପରା ଏକ ଅସରନ୍ତି ପଥ
କିଏ ବା ଲଙ୍ଘିଛି କୁହ
ପାଦ ମୋ ଅବଶ ଚାଲି ପାରୁନାହିଁ
ଆଖିରେ ବି ନାହିଁ ଲୁହ I